ଯାତ୍ରୀବାହୀ ଅଟୋକୁ ପିଟିଲା କାର : ୭ ଗୁରୁତର

କଟକ ୨୫/୧୧: କଟକ ରିଙ୍ଗରୋଡରେ ଘଟିଛି ଏକ ବଡଧରଣର ଦୁର୍ଘଟଣା।ସିସୋରପଠା ନିକଟରେ ଥିବା ପୂର୍ବତନ ଲ ହଷ୍ଟେଲ ନିକଟରେ ଘଟିଛି ଏହି ମର୍ମଂଦୁତ ସଡକ ଦୁର୍ଘଟଣା। ଏକ କାର ଏକ ଯାତ୍ରୀ ବାହି ଅଟୋକୁ ଧକ୍କା ଦେବା ଫଳରେ ଦୁଇ ଶିଶୁଙ୍କ ସମେତ ୭ ଜଣ ଗୁରୁତର ଆହତ ହୋଇ ଏସ.ସି.ବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

 ଗତ କାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣା ପଡିଛି। ତେବେ କାର ଚାଳକ ପ୍ରଚୁର ମଦ୍ୟପାନ କରି ଏଭଳି ଦୁର୍ଘଟଣା ଘଟାଇଥିବା ଜଣାପଡିଛି। ସେହି କାରରେ ମଧ୍ୟ ଜଣେ ଯୁବତୀ ରହିଥିବାବେଳେ ସେ ମଧ୍ୟ ମଦ୍ୟପାନ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି।

ଦୁର୍ଘଟଣାଗ୍ରସ୍ତ କାରରୁ ମଦ ବୋତଲ ମଧ୍ୟ ମିଳିଛି। ତେବେ ଦୁର୍ଘଟଣା ଘଟାଇଥିବା କାର ଚାଳକର ଚିକିତ୍ସା ପରେ ତାକୁ ମଙ୍ଗଳାବାଗ ଥାନା ପୋଲିସ ଅଟକ ରଖିଛି। ଦୁର୍ଘଟଣା ଘଟାଇଥିବା କାର ପଛରେ ପୋଲିସ ଲେଖା ଥିବାରୁ ଏହା କୌଣସି ପୋଲିସ ପରିବାରର ଗାଡି ବୋଲି ଅନୁମାନ କରାଯାଉଛି। ତେବେ କାରର ମାଲିକାନା ସରୋଜ ନଳିନୀ ନାୟକଙ୍କ ନାଁରେ ରହିଥିବା ବେଳେ ତାଙ୍କ ଠିକଣା ରହିଛି କଟକ କଲ୍ୟାଣୀ ନଗର।



from Prameya News7 https://ift.tt/2OFOU2H
ଯାତ୍ରୀବାହୀ ଅଟୋକୁ ପିଟିଲା କାର : ୭ ଗୁରୁତର ଯାତ୍ରୀବାହୀ ଅଟୋକୁ ପିଟିଲା କାର : ୭ ଗୁରୁତର Reviewed by SUBHENDU BARAL on November 24, 2019 Rating: 5

No comments:

Powered by Blogger.