ରିଆକ୍ସନ ପରେ ଆକ୍ସନ: ବିଧାୟକ ଦଳ ପଦରୁ ଅଜିତ୍‌ଙ୍କୁ ହଟାଇଲେ ଶରଦ Rajalaxmi Sahoo

ମହାରାଷ୍ଟ୍ର: ବିଜେପି ସହିତ ହାତ ମିଶାଇ ମହାରାଷ୍ଟ୍ରରେ ସରକାର ଗଠନ କରିବା ପରେ ଅଜିତ୍‌ ପାଓ୍ୱାରଙ୍କୁ ବିଧାୟକ ଦଳ ନେତା ପଦରୁ ବିଦା କରିଛି ଏନ୍‌ସିପି। ଅଜିତ୍‌ଙ୍କ ବଦଳରେ ଜୟନ୍ତ ପାଟିଲଙ୍କୁ ଏନ୍‌ସିପିର ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି।

ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ଉପସ୍ଥିତରେ ବିଧାୟକ ଦଳ ବୈଠକ ହୋଇଥିଲା। ଏହି ବୈଠକରେ ୫୦ ଜଣ ବିଧାୟକ ଯୋଗ ଦେଇଥିବା ଜଣାପଡ଼ିଛି। ଏପରିକି ଅଜିତ୍‌ଙ୍କ ଡାହାଣ ହାତ କୁହାଯାଉଥିବା ଧନଞ୍ଜୟ ମୁଣ୍ଡେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। କେବଳ ଅଜିତ୍‌ଙ୍କ ସମେତ ୪ ବିଧାୟକ ଯୋଗ ଦେଇନଥିଲେ।

ବୈଠକ ଶେଷ ହେବାପରେ ଶରଦ ପାଓ୍ୱାରଙ୍କୁ ସମର୍ଥନ କରୁଥିବା ସମସ୍ତ ବିଧାୟକଙ୍କୁ ଏକ ହୋଟେଲକୁ ନିଆଯାଇଛି। ମହାରାଷ୍ଟ୍ର ନାଟକ ଶେଷ ହେବା ଯାଏ ଏହି ବିଧାୟକଙ୍କୁ ଏକାଠି ରଖାଯିବ ବୋଲି ଜଣାପଡ଼ିଛି। ତେବେ କିଛି ଏନ୍‌ସିପି ବିଧାୟକଙ୍କୁ ବିଜେପି ଦିଲ୍ଲୀ ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଶରଦ ପାୱାରଙ୍କ ପୁତୁରା ହେଉଛନ୍ତି ଅଜିତ୍‌ ପାୱାର୍।

ସୂଚନାଥାଉ କି, ଗତକାଲି ଏନ୍‌ସିପି ନାଟକୀୟ ଢଙ୍ଗରେ ବିଜେପି ସହ ମିଶି ସରକାର ଗଠନ କରିବା ଖାଲି ମହାରାଷ୍ଟ୍ରବାସୀଙ୍କୁ ନୁହେଁ,  ସମଗ୍ର ଦେଶବାସୀଙ୍କୁ ଏହା ଚକିତ କରିଦେଇଛି।

ବିଜେପିର ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପିରୁ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

ବିଜେପିକୁ ଅଜିତ୍‌ ପାୱାର୍‌ଙ୍କ ସମର୍ଥନ ନେଇ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ତାଙ୍କର ପ୍ରତିକ୍ରିୟା ରଖିଥିଲେ।  ଟ୍ୱିଟ୍‌ କରି ସେ କହିଥିଲେ, ‘ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପିକୁ ସମର୍ଥନ କରିବା ଅଜିତ୍‌ ପାୱାରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏହା ଏନ୍‌ସିପିର ନୁହେଁ। ଆମେ ଅଜିତ୍‌ଙ୍କ ନିଷ୍ପତ୍ତିକୁ ସମର୍ଥନ କରୁନାହୁଁ।



from OTV Khabar. https://ift.tt/34gIEVF
ରିଆକ୍ସନ ପରେ ଆକ୍ସନ: ବିଧାୟକ ଦଳ ପଦରୁ ଅଜିତ୍‌ଙ୍କୁ ହଟାଇଲେ ଶରଦ Rajalaxmi Sahoo ରିଆକ୍ସନ ପରେ ଆକ୍ସନ: ବିଧାୟକ ଦଳ ପଦରୁ ଅଜିତ୍‌ଙ୍କୁ ହଟାଇଲେ ଶରଦ Rajalaxmi Sahoo Reviewed by SUBHENDU BARAL on November 23, 2019 Rating: 5

No comments:

Powered by Blogger.