କୋଲକାତା ୨୨।୧୧: ଆଜି କୋଲକାତା ଇଡେନ୍ ଗାର୍ଡେନରେ ଭାରତ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ଟେଷ୍ଟ ମ୍ୟାଚର ପ୍ରମୁଖତା ହେଉଛି ଯେ , ଭାରତ ତାର ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି । ଏହି ମ୍ୟାଚ୍ ପୁଣି ପିଙ୍କ୍ ବଲ୍ ରେ ଖେଳାଯିବ । ତେଣୁ କୋଲକାତା ଇଡେନ୍ ଗାର୍ଡେନ୍ ସହ ଐତିହାସିକ ସିଟିକୁ ପୂରା ଗୋଲାପି ରଙ୍ଗରେ ସଜେଇ ଦିଆଯାଇଛି । ଦିନ ଗୋଟାଏରୁ ଏହି ମ୍ୟାଚ୍ ଆରମ୍ଭ ହେବ ।

ଗୋଲାପି ରଙ୍ଗରେ ସଜେଇ ହୋଇଛି କୋଲକାତା । କାରଣ ଇଡେନ୍ ଗାର୍ଡେନରେ ଭାରତ ଖେଳିବାକୁ ଯାଉଛି ପ୍ରଥମ ଡେ ଆଣ୍ଡ ନାଇଟ୍ ଟେଷ୍ଟ ମ୍ୟାଚ୍ । ପାରମ୍ପରିକ ଲାଲ୍ ବଲ୍ ପରିବର୍ତ୍ତେ ପ୍ରଥମ ଥର ପାଇଁ ଭାରତ ପିଙ୍କ୍ ବଲରେ ଖେଳିବ ମ୍ୟାଚ। ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଏହି ଟେଷ୍ଟ ମ୍ୟାଚକୁ ପିଙ୍କ ବଲରେ କରିବାକୁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପିଙ୍କ୍ ବଲ୍ ଟେଷ୍ଟ ପାଇଁ ସବୁଠାରୁ ଉପଯୁକ୍ତ ଭେନ୍ୟୁ ହୋଇପାରିବ ଇଡେନ୍ ଗାର୍ଡେନ୍ । କାରଣ ଏଠି ସମସ୍ତ ପ୍ରକାର ସୁବିଧା ରହିଛି । ଦିଲ୍ଲୀପ ଟ୍ରଫିରେ ଦିବାରାତ୍ର ମ୍ୟାଚରେ କୋକାବୁରା ବଲର ବ୍ୟବହାର କରାଯାଇଥିଲା । ଏହି ଟେଷ୍ଟ ମ୍ୟାଚ୍ ପାଇଁ ଏସଜି ବଲ ବ୍ୟବହାର କରାଯିବ, ଯାହାକି ଅଧିକ ସ୍ପିନ ହେବ। ଲାଲ୍ ବଲ୍ ତୁଳନାରେ ପିଙ୍କ୍ ବଲର ବାହାର ଭାଗ ଅଧିକ ଚିକ୍କଣ ଥାଏ । ତେଣୁ ଘାସ ଏଠାରେ ପ୍ରମୁଖ ଭୂମିକା ନେବ । ଇଡେନ ଗାର୍ଡେନରେ ଆଉଟଫିଲ୍ଡରେ ଅଧିକ ଘାସ ରହିଛି। ଏହାସହ ଏଠାକାର ପିଚରେ କଳା ମାଟି ମଧ୍ୟ ଚିକ୍କଣ।

ଏହି ଦିବାରାତ୍ର ଟେଷ୍ଟ ମ୍ୟାଚକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବେଲ୍ ବଜାଇ ଉଦଘାଟନ କରିବେ । ସେହିପରି ମ୍ୟାଚ୍ ପାଇଁ ପାରା ଟ୍ରୁପରର୍ସ ବଲ୍ ଧରି ପଡିଆରେ ଓହ୍ଲାଇବେ ଏବଂ ଦୁଇ କ୍ୟାପଟେନ୍କୁ ଏହା ହସ୍ତାନ୍ତର କରିବେ । ପ୍ରଥମ ଟେଷ୍ଟରେ ଭାରତ ଏକପାଖିଆ ବିଜୟ ହାସଲ କରିଥିବାରୁ ଏହ ମ୍ୟାଚ୍ ଭାରତ ଆଡଭାଣ୍ଟେଜରେ ରହିବ ।
from Prameya News7 https://ift.tt/2ObOP7L
No comments: