ରାୟଗଡା ୨୫।୧୧: ରାୟଗଡା ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ହାଡପା ଶିବା ଗୁରୁତର ହୋଇଥିବା ଜଣାପଡିଛି । ଶିବାକୁ ଗୁରୁତର ଅବସ୍ଥାରେ ମେଡିକାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ , ପୋଲିସ ଗୁଳିରେ ଆହାତ ହୋଇଥିବା ଶିବା ସାଙ୍କେସ ଜଙ୍ଗଲରେ ଥିବା ପୋଲିସକୁ ସୁଚନା ମିଳିଥିଲା । ଜଙ୍ଗଲରେ ଚଢାଉ କରିବାର ଦେଖି ଶିବା ପୋଲିସ ଉପରକୁ ଗୁଳିଚାଳନା କରିଥିଲା, ପୋଲିସର ପାଲଟା ଗୁଳିମାଡରେ ଶିବାର ଗୋଡରେ ଗୁଳି ବାଜି ଆହତ ହୋଇଛି। ଶିବାକୁ ଗୁରୁତର ଅବସ୍ଥାରେ ପ୍ରଥମେ ରାୟଗଡା ମେଡିକାଲେ , ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗୁଳିବିନିମୟରେ ପୋଲିସ ଏସ୍ଆଇ ରିଗାନ କିଣ୍ଡୋ ଓ ହାବିଲଦାର ଦିଲୀପ ହୋତା ଆହତ ହୋଇଛନ୍ତି । ଶିବା ନାଁରେ ବିଭିନ୍ନ ଥାନାରେ ୫୦ରୁ ଅଧିକ ଅପରାଧିକ ମାମଲା ରହିଛି । ସୋନପୁର ଜଣେ ଯୁବକଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ମାଗିବା ଘଟଣାରେ ଶିବାର ସଂପୃକ୍ତି ରହିଥିବା ସୂଚନା ମିଳିଛି ।
from Prameya News7 https://ift.tt/2QK94et
ପୋଲିସ ଗୁଳିରେ ଅପରାଧୀ ଶିବା ଗୁରୁତର, ମେଡିକାଲରେ ଭର୍ତ୍ତି
Reviewed by SUBHENDU BARAL
on
November 24, 2019
Rating:
No comments: