ରାଞ୍ଚି ୨୩।୧୧: ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡରେ ଦେଖାଦେଇଛି ନକ୍ସଲଙ୍କ ଲଙ୍କାକାଣ୍ଡ । ଲାଲବାହିନୀର ଆକ୍ରମଣରେ ଚାରି ଜଣ ପୋଲିସ ସହିଦ ହୋଇଛନ୍ତି । ଝାଡ଼ଖଣ୍ଡର ଲାତୋହାର ଜିଲ୍ଲାରେ ଘଟିଛି ଏହି ଘଟଣା ।

ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡର ଲାତୋହାର ଜିଲ୍ଲାରେ ମାଓ ହିଂସାରେ ଜଣେ ଏଏସ୍ ଆଇ ସମେତ ଚାରି ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି। ସ୍ଥାନୀୟ ଚାନ୍ଦୱା ଥାନା ଅଞ୍ଚଳରେ କିଛି ପୋଲିସ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କୁ ଘେରିଯାଇ ନକ୍ସଲ ଆକ୍ରମଣ କରିଥିଲେ । ଉଭୟ ପୋଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ ଚାରି ଜଣ ପୋଲିସ କର୍ମୀ ସହିଦ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳକୁ ଅଧିକ ସୁରକ୍ଷାକର୍ମୀ ପଠାଯାଇଛି । ନକ୍ସଲ ଆକ୍ରମଣ ଘଟଣାକୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ କଡା ନିନ୍ଦା କରିଛନ୍ତି । ଝାଡ଼ଖଣ୍ଡରେ ୮୧ ଆସନ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ୩୦ ତାରିଖରୁ ନିର୍ବାଚନ ହେବ। ୫ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ଡିସେମ୍ବର ୨୩ରେ ସରିବ ।
from Prameya News7 https://ift.tt/33dqbrq
ନିର୍ବାଚନ ପୂର୍ବରୁ ନକ୍ସଲ ଆକ୍ରମଣ : ୪ ପୋଲିସ ଯବାନ ସହିଦ
Reviewed by SUBHENDU BARAL
on
November 22, 2019
Rating:
No comments: