ମହଙ୍ଗା ପଡ଼ିଲା ପୁଲିସ୍‌ ଉପରେ ଦାଦାଗିରି; ଗିରଫ ହେଲେ ବିଜେଡି ନେତା Rajalaxmi Sahoo

ଝାରସୁଗୁଡ଼ା: ମହଙ୍ଗା ପଡ଼ିଲା ପୁଲିସ୍‌ ଉପରେ ଦାଦାଗିରି। କର୍ତ୍ତବ୍ୟରତ ପୁଲିସ୍‌କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତିଙ୍କୁ ପୁଲିସ୍‌ ଗିରଫ କରିଛି।

ସୂଚନାଥାଉ କି, ସୋମବାର ରାତି ପ୍ରାୟ ୧୦ଟା ସମୟରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ନିଜ ଗାଡ଼ିରେ ଯାଉଥିଲେ। ମାତ୍ର ସେ ସିଟ୍‌ ବେଲ୍‌ଟ୍‌ ବାନ୍ଧି ନ ଥିଲେ। ଏହି ସମୟରେ ବେଲ୍‌ପାହାଡ଼ ଫାଟକ ନିକଟରେ କାର୍ଯ୍ୟରତ ବେଲପାହାଡ଼ ଥାନାର ଏଏସ୍ଆଇ ଅର୍ଜୁନ ଓରାମ ଓ ଜଣେ କନଷ୍ଟେବଲ ବିଧାୟକଙ୍କ ଗାଡ଼ିକୁ ଅଟକାଇ ଥିଲେ ଓ ସିଟ୍‌ ବେଲ୍‌ଟ କାହିଁକି ବାନ୍ଧିନ ବୋଲି ପଚାରିଥିଲେ। ଏହାପରେ ବିଧାୟକ ମହାଶୟ ନିଜର ପରିଚୟ ଦେବା ପରେ ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଥିଲା।

ତେବେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଝାରସୁଗୁଡ଼ା ବିଜେଡି ଜିଲ୍ଲା ଉପ-ସଭାପତି ଶମ୍ଭୁ ମହାନ୍ତି ପୁଲିସ୍‌ର ଏପରି କାର୍ଯ୍ୟକୁ ବିରୋଧ କରିଥିଲେ। କାର୍ଯ୍ୟରତ ୨ ପୁଲିସ୍‌ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ ମଧ୍ୟ କରିଥିଲେ। ଏପରିକି ଜେଲ୍ ପଠାଇବାର ଧମକ ମଧ୍ୟ ଦେଇଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଭିଡିଓ ଭାଇରାଲ୍‌ ହେବାପରେ ଶମ୍ଭୁ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଝାରସୁଗୁଡା ଏସ୍‌ପି ଅଶ୍ୱିନୀ କୁମାର ସୂଚନା ଦେଇଛନ୍ତି।



from OTV Khabar. https://ift.tt/2nHu9tI
ମହଙ୍ଗା ପଡ଼ିଲା ପୁଲିସ୍‌ ଉପରେ ଦାଦାଗିରି; ଗିରଫ ହେଲେ ବିଜେଡି ନେତା Rajalaxmi Sahoo ମହଙ୍ଗା ପଡ଼ିଲା ପୁଲିସ୍‌ ଉପରେ ଦାଦାଗିରି; ଗିରଫ ହେଲେ ବିଜେଡି ନେତା Rajalaxmi Sahoo Reviewed by SUBHENDU BARAL on October 01, 2019 Rating: 5

No comments:

Powered by Blogger.