ଅକ୍ଟୋବର ୧୫ରୁ ଡିଜେଲ୍ ଚାଳିତ ଜେନେରେଟର ବ୍ୟାନ୍‌ OTV KHABAR BUREAU

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ(ନିରୋଧ ଓ ନିୟନ୍ତ୍ରଣ) ଅଥୋରିଟିଙ୍କ ବଡ଼ ନିଷ୍ପତ୍ତି। ଅକ୍ଟୋବର ୧୫ରୁ ଦିଲ୍ଲୀ ସମେତ ଏନ୍‌ସିଆର ଅଞ୍ଚଳରେ ମଧ୍ୟ ଡିଜେଲ୍ ଚାଳିତ ଜେନେରେଟର ବ୍ୟାନ୍‌ ହେବ। ଡିଜେଲ୍ ଚାଳିତ ଜେନେରେଟର ପରିବେଶ ଅଧିକ ପ୍ରଦୂଷଣ କରୁଥିବାରୁ ଇପିସିଏ ଏଭଳି ନିଷ୍ପତ୍ତି ନେଇଛି।

ଗତବର୍ଷ ଇପିସିଏ କେବଳ ଦିଲ୍ଲୀ ସହରରେ ଡିଜେଲ୍ ଚାଳିତ ଜେନେରେଟର ଉପରେ ରୋକ ଲଗାଇଥିଲା। ହେଲେ ଏବେ ଏନ୍‌ସିଆର ଅଞ୍ଚଳର ଗାଜିଆବାଦ, ନୋଏଡ଼ା, ଗ୍ରେଟର ନୋଏଡ଼ା, ଫରିଦାବାଦ, ଗୁରଗ୍ରାମ, ସୋନପିତ, ପାନିପଥ ଓ ବାହାଦୂରଗଡ଼ରେ ଡିଜେଲ ଚାଳିତ ଜେନେରେଟର ଉପରେ ବ୍ୟାନ୍‌ ଲାଗୁ କରିଛି। ତେବେ ଆବାସିକ ଅଞ୍ଚଳରେ ଡିଜେଲ ଜେନେରେଟର ବ୍ୟବହାର ନେଇ ଇପିସିଏ କିଛି ସର୍ତ୍ତ ଲାଗୁ କରିଛି।

ଜରୁରୀକାଳିନ ପରିସ୍ଥିତିରେ ତଥା ବିଦ୍ୟୁତ କାଟ ବେଳେ ଲୋକମାନେ ଚାହିଁଲେ ଲିଫ୍ଟ ବ୍ୟବହାର କରିବା ପାଇଁ ଡିଜେଲ ଚାଳିତ ଜେନେରେଟର ବ୍ୟବହାର କରିପାରିବେ ବୋଲି ଇପିସିଏ ପକ୍ଷରୁ କୁହାଯାଇଛି।



from OTV Khabar. https://ift.tt/30OUCDm
ଅକ୍ଟୋବର ୧୫ରୁ ଡିଜେଲ୍ ଚାଳିତ ଜେନେରେଟର ବ୍ୟାନ୍‌ OTV KHABAR BUREAU ଅକ୍ଟୋବର ୧୫ରୁ ଡିଜେଲ୍ ଚାଳିତ ଜେନେରେଟର ବ୍ୟାନ୍‌ OTV KHABAR BUREAU Reviewed by SUBHENDU BARAL on October 07, 2019 Rating: 5

No comments:

Powered by Blogger.