ନୂଆଦିଲ୍ଲୀ: ବଦଳିଲା ଭିଭିଆଇପିଙ୍କୁ ମିଳୁଥିବା ଏସ୍ପିଜି ସୁରକ୍ଷା ଗାଇଡଲାଇନ୍। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ୍ଲାଇନ୍ ଅନୁସାରେ ଏଣିକି ଏସ୍ପିଜି ସୁରକ୍ଷାରେ ଥିବା ଭିଭିଆଇପି ବିଦେଶ ଗସ୍ତରେ ଗଲେ ତାଙ୍କ ସହ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ବି ବିଦେଶ ଯିବେ। ଅର୍ଥାତ ଏସ୍ପିଜି ସୁରକ୍ଷା ନେଉଥିବା ଭିଭିଆପିମାନେ ଦେଶ ବାହାରେ ମଧ୍ୟ ଅହରହ ସୁରକ୍ଷା ଦାୟିତ୍ୱରେ ରହୁଥିବା କର୍ମଚାରୀଙ୍କ ନଜରରେ ରହିବେ।
ଏହାଫଳରେ ଭିଭିଆଇପିମାନେ ବିଦେଶକୁ ଆଉ ଗୋପନୀୟ ଯାତ୍ରା କରିପାରିବେ ନାହିଁ। ତେବେ ସୁରକ୍ଷା ଲୋଡୁଥିବା ବ୍ୟକ୍ତି ଯଦି ଏହାକୁ ଗ୍ରହଣ ନକରନ୍ତି, ତେବେ ନିରାପତ୍ତା ଦୃଷ୍ଟିରୁ ତାଙ୍କ ବିଦେଶ ଗସ୍ତକୁ କାଣ୍ଟଛାଣ୍ଟ କରି ଦିଆଯାଇପାରେ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ କାମ୍ବୋଡ଼ିଆ ଗସ୍ତ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସ୍ପିଜି ସୁରକ୍ଷା ଗାଇଡ୍ଲାଇନ୍ରେ ଏଭଳି ପରିବର୍ତ୍ତନ କରାଯାଇଥିବାରୁ ଏହାକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି।
from OTV Khabar. https://ift.tt/2VodeJh
No comments: