ଭୁବନେଶ୍ୱର: JEE (Main) 2020, NEET (UG) ପରୀକ୍ଷାର ସୁପରିଚାଳନା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷା କେନ୍ଦ୍ର ହୋଇଥିବା ସହର ଗୁଡ଼ିକରେ ଲକ୍ଡାଉନ୍/ସଟ୍ଡାଉନ୍ କଟକଣା ଲାଗୁ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ସେପ୍ଟେମ୍ବର ୭ ତାରିଖ ଯାଏ ଏବଂ ସେପ୍ଟେମ୍ବର ୧୨ରୁ ୧୪ ଯାଏ ଲକ୍ଡାଉନ୍/ସଟ୍ଡାଉନ୍ କଟକଣା ଲାଗୁ ହେବନି। କଟକଣା ଲାଗୁ ନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(SRC) ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉ କି, JEE (Main) 2020 ପରୀକ୍ଷା ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ହେବ। NEET (UG) ପରୀକ୍ଷା ସେପ୍ଟେମ୍ବର ୧୩ରେ ହେବ। ଓଡ଼ିଶାର ୭ଟି ସହରରେ ୨୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି।
ପଢ଼ନ୍ତୁ: ମାଗଣାରେ ପରୀକ୍ଷା ଦେବାକୁ ଯିବେ JEE ପରୀକ୍ଷାର୍ଥୀ
The post JEE, NEET Exams: ପରୀକ୍ଷା କେନ୍ଦ୍ର ଥିବା ସହର ଗୁଡ଼ିକରେ ଲକ୍ଡାଉନ୍/ସଟ୍ଡାଉନ୍ ମନା appeared first on OTV Khabar..
from OTV Khabar. https://ift.tt/2YMj761
JEE, NEET Exams: ପରୀକ୍ଷା କେନ୍ଦ୍ର ଥିବା ସହର ଗୁଡ଼ିକରେ ଲକ୍ଡାଉନ୍/ସଟ୍ଡାଉନ୍ ମନା Rajalaxmi Sahoo
Reviewed by SUBHENDU BARAL
on
August 28, 2020
Rating:
No comments: