କନକ ବ୍ୟୁରୋ : ଆଜି ପାଳିତ ହେଉଛି ଭାରତୀୟ ବାୟୁସେନାର ୮୭ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଗାଜିଆବାଦ ଏୟାରବେସରେ ଶକ୍ତି ପ୍ରଦର୍ଶନ କରୁଛି ଭାରତୀୟ ବାୟୁସେନା । ଦମ୍ ଦେଖାଇବ ସୁଖୋଇ, ତେଜସ, ଆପାଚେ ଓ ଚିନୁକ୍ ଭଳି ୧୯ଟି ଲଢ଼ୁଆ ବିମାନ । ଏହି ଏୟାର ସୋରେ ୫୪ଟି ବିମାନକୁ ସାମିଲ କରାଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ବାୟୁସେନାର ଏକ ଭିଡିଓ ଜାରି କରି ବୀର ଯବାନ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଛା ଜଣାଇଛନ୍ତିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Today, on Air Force Day, a proud nation expresses gratitude to our air warriors and their families. The Indian Air Force continues to serve India with utmost dedication and excellence. pic.twitter.com/iRJAIqft11
— Narendra Modi (@narendramodi) October 8, 2019
ସେପଟେ ବାୟୁସେନା ଦିବସ ଅବସରରେ ଜାତୀୟ ୱାର ମେମୋରିଆଲ ଯାଇ ତିନି ସେନା ପ୍ରମୁଖ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ବାୟୁସେନା ପ୍ରତିଷ୍ଠା ହୋଇଥିଲା ।
from Kanak News https://ift.tt/2IthuSs https://ift.tt/2AS4ul7
No comments: