ନୂଆଦିଲ୍ଲୀ: ଆଜି ବିଜୟାଦଶମୀ ଅବସରରେ ଶକ୍ତିଶାଳୀ ହେବ ଭାରତ। କାରଣ ଆଜି ଫ୍ରାନ୍ସ ଭାରତକୁ ଲଢ଼ୁଆ ରାଫେଲ୍ ବିମାନ ଦେବ। ଅନ୍ୟପଟେ ଆଜି ଭାରତୀୟ ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ହୋଇଥିବାରୁ ଏହି ଦିନରେ ଆଜି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଧିବଦ୍ଧ ଭାବେ ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ ଆଣିବେ। ଏଥିପାଇଁ ସେ ଗତକାଲିଠାରୁ ଫ୍ରାନ୍ସରେ ଗସ୍ତରେ ଯାଇ ଆଜି ପହଞ୍ଚିଛନ୍ତି।
ଆଜି ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ପାଇଁ ଗାଜିଆବାଦର ହିଣ୍ଡୋନ ଏୟାର ଫୋର୍ସ ଷ୍ଟେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାୟୁସେନା ପାଖରେ ଥିବା ବିଭିନ୍ନ ପରିବହନ ବିମାନ, ହେଲିକପ୍ଟର ଓ ଯୁଦ୍ଧ ବିମାନ ନିଜର ପରାକ୍ରମ ଦେଖାଇବେ। ଏଥିରେ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ଯୋଗଦେବେ। ଆଜିର ପ୍ରତିଷ୍ଠା ଦିବସ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଟ୍ୱିଟ୍ କରି ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଭାରତୀୟ ବାୟୁସେନାର ସାହାସକୁ ପ୍ରଶଂସା କରିଛନ୍ତି। ଏଥିସହ ବାୟୁସେନାର ପରାକ୍ରମ ସମ୍ବଳିତ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।
Today, on Air Force Day, a proud nation expresses gratitude to our air warriors and their families. The Indian Air Force continues to serve India with utmost dedication and excellence. pic.twitter.com/iRJAIqft11
— Narendra Modi (@narendramodi) October 8, 2019
କାର୍ଯ୍ୟକ୍ରମ ଆରମ୍ଭରୁ ଆକାଶ ଗଙ୍ଗା ଟିମର ସ୍କାଏ ଡ୍ରାଇଭରସମାନେ ଆକାଶରେ ପତାକା ଉତ୍ତୋଳନ କରିବେ। ସେମାନଙ୍କୁ ଏନ୍-୩୨ ବିମାନରୁ ଲମ୍ଫ ମାରି ପରାକ୍ରମ ଦେଖାଇବାକୁ ପଡ଼ିବ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ବାୟୁସେନାରେ ନୂଆ କରି ସାମିଲ ହୋଥିବା ଆପାଚି ହେଲିକପ୍ଟର ଓ ଚିନୁକ୍ ପରିବହନ ହେଲିକପ୍ଟର। ଏହି ଦୁଇଟି ହେଲିକପ୍ଟର କେମିତି କାର୍ଯ୍ୟ କରିବେ, ସେକଥା ଆଜି ବାୟୁସେନା ପକ୍ଷରୁ ସମଗ୍ର ବିଶ୍ୱକୁ ପ୍ରଦର୍ଶିତ କରାଯିବ।
୪୦ ବର୍ଷ ହେଲା ବାୟୁସେନାକୁ ସେବା ଯୋଗାଇ ଆସୁଥିବା ଡାକୋଟା ମଧ୍ୟ ହିଣ୍ଡୋନ ଷ୍ଟେସନରେ ଉଡ଼ିବ। ୧୯୩୨ ମସିହା ଅକ୍ଟୋବର ୮ରେ ଭାରତୀୟ ବାୟୁସେନା କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରାଥମିକ ଅବସ୍ଥାରେ ଏଥିରେ ୬ ଜଣ ରୟାଲ ଏୟାର ଫୋର୍ସ ଟ୍ରେନଡ୍ ଅଫିସର ଓ ୧୯ ଜଣ ହାୱାଇ ସିପାହୀ ବା ବାୟୁସେନା ଯବାନ ରହିଥିଲେ।
from OTV Khabar. https://ift.tt/2Iyx0wi
No comments: