
କନକ ବ୍ୟୁରୋ : କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ଏ ଉକ୍ତିଟି ଅକ୍ଷରେ ଅକ୍ଷରେ ସତ୍ୟ । ୧୯୯୪ ପରଠାରୁ ଏବର୍ଷ ସବୁଠାରୁ ଅର୍ଥାତ ଗତ ୨୫ ବର୍ଷରେ ଏବର୍ଷ ହୋଇଛି ସବୁଠାରୁ ବଡ଼ ବର୍ଷାଋତୁ । ଏବର୍ଷ ଓଡ଼ିଶା ସମେତ ସାରା ଦେଶରେ ବଳକା ବର୍ଷା ହୋଇଛି । କିନ୍ତୁ ଦୁର୍ଭାଗ୍ୟଜନକ କଥା ହେଉଛି ଏଥର ପ୍ରବଳ ବର୍ଷାରେ ସାରା ଦେଶରେ ପ୍ରାୟ ୧୬୦୦ ବ୍ୟକ୍ତି ପ୍ରାଣ ହରାଇଛନ୍ତି ବୋଲି ସରକାରୀ ରିପୋର୍ଟରୁ ଜଣାପଡିଛି । ମହାରାଷ୍ଟ୍ର, କେରଳ,କର୍ଣ୍ଣାଟକ,ବିହାର ଆଦି ରାଜ୍ୟରେ ସର୍ବାଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ୫୯ ବର୍ଷରେ ପ୍ରଥମ ଥର ପାଇଁ ମୌସୁମୀ ଫେରିବାରେ ସବୁଠାରୁ ଅଧିକ ବିଳମ୍ବ ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ ପ୍ରଥମ ସପ୍ତାହରେ ଭାରତ ଛୁଇଁଥାଏ ଓ ସାଧାରଣତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲେଉଟିବା ଆରମ୍ଭ କରେ । ସେପ୍ଟେମ୍ବରେ ସାଧାରଣ ବର୍ଷା ହୋଇ ଅକ୍ଟୋବର ଆରମ୍ଭ ବେଳକୁ ବର୍ଷା ନଥାଏ । କିନ୍ତୁ ଏଥର ସେପ୍ଟେମ୍ବର ମାସରେ ସବୁଠୁ ଅଧିକା ବର୍ଷା ହୋଇଛି । ଅକ୍ଟୋବରରେ ମଧ୍ୟ ଆଉ କିଛି ଦିନ ବର୍ଷା ହେବାର ସମ୍ଭାବନା ରହିଛି ।
from Kanak News https://ift.tt/2nHSXSz https://ift.tt/2nujiDH
No comments: