୧୩ରୁ କାର୍ତିକମାସ ଆରମ୍ଭ ! ବ୍ରତକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରେ ନୀତି ଚୂଡାନ୍ତ, ୩ ହଜାର ହବିଷ୍ୟାଳିଙ୍କ ରହିବା ବ୍ୟବସ୍ଥା କରିଛି ପୁରୀ ପ୍ରଶାସନ Kanak News

କନକ ବ୍ୟୁରୋ : ଆସନ୍ତା କାର୍ତିକ ବ୍ରତ ପାଇଁ ଶ୍ରୀମନ୍ଦିରର ଛତିଶା ନିଯୋଗ ଓ ନୀତି ସବକମିଟିର ନୀତି ଚୂଡାନ୍ତ ହୋଇଛି । ହବିଷ୍ୟାଳିଙ୍କ ସୁବିଧା ପାଇଁ ଭୋର ୪ଚାରୁ ଦ୍ୱାରଫିଟା ନୀତି ଓ ଭୋର ୫ଟାରେ ମଙ୍ଗଳ ଆଳତୀ କରିବାକୁ ନୀତି ଧାର୍ଯ୍ୟ ହୋଇଛି । ଆସନ୍ତା ଅକ୍ଟୋବର ୯ ତାରିଖରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ନୀତି ନିର୍ଘଂଟ ହୋଇଛି । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୧୩ ତାରିଖରୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୩ଟି ସ୍ଥାନରେ ପ୍ରାୟ ୩ ହଜାର ହବିଷ୍ୟାଳିଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି ।

Image Courtesy:pratinidhiodia

ରେଳବାଇ ଟୁରିଷ୍ଟ କମ୍ପେ୍ଲକ୍ସରେ ୯ଶହ, ପୌରସଂସ୍ଥା କଲ୍ୟାଣ ମଣ୍ଡପରେ ୬ଶହ ଓ ନରେନ୍ଦ୍ର କୋଣ ହବିଷ୍ୟାଳି କେନ୍ଦ୍ରରେ ୧୫ଶହ ହବିଷ୍ୟାଳୀଙ୍କ ରହିବା ବ୍ୟବସ୍ଥା ହୋଇଛି । ଏଥିପାଇଁ ଆଗ୍ରହୀ ହବିଷ୍ୟାଳୀମାନେ ଆସନ୍ତା ୧୧ ତାରିଖ ମଧ୍ୟରେ ଅନଲାଇନ ଓ ସିଧାସଲଖ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଆବେଦନ କରି ପାରିବେ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି



from Kanak News https://ift.tt/2o41ob7 https://ift.tt/329HiLE
୧୩ରୁ କାର୍ତିକମାସ ଆରମ୍ଭ ! ବ୍ରତକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରେ ନୀତି ଚୂଡାନ୍ତ, ୩ ହଜାର ହବିଷ୍ୟାଳିଙ୍କ ରହିବା ବ୍ୟବସ୍ଥା କରିଛି ପୁରୀ ପ୍ରଶାସନ Kanak News ୧୩ରୁ କାର୍ତିକମାସ ଆରମ୍ଭ ! ବ୍ରତକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରେ ନୀତି ଚୂଡାନ୍ତ, ୩ ହଜାର ହବିଷ୍ୟାଳିଙ୍କ ରହିବା ବ୍ୟବସ୍ଥା କରିଛି ପୁରୀ ପ୍ରଶାସନ Kanak News Reviewed by SUBHENDU BARAL on October 04, 2019 Rating: 5

No comments:

Powered by Blogger.