୧୦ଟି ଖଣି ନିଲାମ ପାଇଁ ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର: ନଭେମ୍ବର ୧୮ ଆବେଦନର ଶେଷ ତାରିଖ; ଲୁହା ପଥର ଓ ମାଙ୍ଗାନିଜ ଖଣି ବ୍ଲକ ହେବ ନିଲାମ Kanak News
କନକ ବ୍ୟୁରୋ: ୧୦ଟି ଖଣିର ଅନଲାଇନ୍ ନିଲାମ ପାଇଁ ବିଜ୍ଞପ୍ତି ଜାରି କରିଛି ରାଜ୍ୟ ସରକାର । ଏଥିରେ ଲୁହା ପଥର ଓ ମାଙ୍ଗାନିଜ୍ ଖଣି ରହିଛି । ଏହି ଖଣିଗୁଡିକର ଲିଜ୍ ମିଆଦ୍ ମାର୍ଚ୍ଚ ୨୦୨୦ରେ ଶେଷ ହେବ । ଏହି ଖଣିଗୁଡିକର ନିଲାମୀ ଖଣି ଓ ଖଣିଜ ଅଧିନିୟମ ୨୦୧୫ ଆଧାରରେ ହେବ । ବିଜ୍ଞପ୍ତି ଅନୁସାରେ ନୂଆଗାଁ, ଠାକୁରାଣୀ, ଜଲିଙ୍ଗ-ଲଙ୍ଗାଲୋଟା, ଜରିବାହାଲ, ରୋଇଡା-୨, ଜୁରୁରୀ ଓ ଗାଣୁଆ- ସାତଟି କେବଳ ଲୁହା ପଥର ବ୍ଲକ ରହିଥିବା ବେଳେ ୩ଟି ଲୁହା ଓ ମାଙ୍ଗାନିଜ୍ ବ୍ଲକ ହେଉଛି ନାରାୟଣପୋଷୀ, ସିଲ୍ଜୋରା-କାଲିମାଟି ଓ ମହୁଲଶୁଖା ।
ନଭେମ୍ବର ୧୫ ସୁଦ୍ଧା ଟେଣ୍ଡର କିଣିବାର ସମୟ ଦିଆଯାଇଛି ଏବଂ ନଭେମ୍ବର ୧୮ ସୁଦ୍ଧା ଟେଣ୍ଡର ଦାଖଲର ସମୟ ରଖାଯାଇଛି । ଡିସେମ୍ବର ସୁଦ୍ଧା ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ସମ୍ଭାବନା ରହିଛି । ଏହି ଟେଣ୍ଡର ଉପରେ ବହୁ ବଡ ବଡ କମ୍ପାନୀର ନଜର ରହିଛି । ପୂର୍ବରୁ ୨୦୧୫ରେ ରାଜ୍ୟ ସରକାର ସଫଳତା ସହ ୭ଟି ଖଣିର ନିଲାମ ପ୍ରକ୍ରିୟା ସମ୍ପାଦନ କରିଥିଲେ ।
ଏହିସବୁ ଖଣି ନିଲାମ ପାଇଁ ପ୍ରଥମେ ଟେଣ୍ଡର ଆହ୍ବାନ କରାଯାଇଛି। ଟେଣ୍ଡର ଫି ବାବଦରେ ୫ ଲକ୍ଷ ଟଙ୍କା ଲେଖାଏଁ ଫି ଆବେଦନକାରୀଙ୍କୁ ଦାଖଲ କରିବାକୁ ପଡ଼ିବ। ନଭେମ୍ବର ୧୫ ତାରିଖରୁ ୧୮ ତାରିଖ ଭିତରେ ଟେଣ୍ଡର ପକାଇବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଖଣି ନିଲାମି ବିଷୟରେ ବିସ୍ତୃତ ବିବରଣୀ ପାଇଁ ଏମଏସଟିସି ଲିମିଟେଡ ୱେବସାଇଟକୁ ଲଗ୍ ଇନ୍ କରି ଆବେଦନ ଫର୍ମ ଡାଉନଲୋଡ କରିବାକୁ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଜଣାଇ ଦିଆଯାଇଛି।
from Kanak News https://ift.tt/354cq0J https://ift.tt/2XasqsE
No comments: