ସୀମା ସଂଲଗ୍ନ ଅନୁପ୍ରବେଶ ପଥରେ ସୁରକ୍ଷା କଡ଼ାକଡ଼ି : ବଡ଼ ଧରଣର ଆକ୍ରମଣକୁ ଟାଳିବାକୁ ସୁରକ୍ଷାବାହିନୀଙ୍କ କଡ଼ା ପଦକ୍ଷେପ, ଏନକାଉଣ୍ଟରରେ ପୁଣି ୨ ଆତଙ୍କବାଦୀ ନିହତ Kanak News

Encounter in Pulwama

କନକ ବ୍ୟୁରୋ : ପାକିସ୍ତାନ ପଟୁ ଜମ୍ମୁ କଶ୍ମୀରକୁ ଅନୁପ୍ରବେଶ ଉଦ୍ୟମ ବଢ଼ୁଥିବାରୁ ଏବଂ ଏଲଓସି ନିକଟରେ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ରହିଥିବାରୁ ଏ ଦିଗରେ ସୁରକ୍ଷାବାହିନୀ କଡ଼ା ପଦକ୍ଷେପ ଗ୍ରହଣ କରିଛି । ଜମ୍ମୁ କଶ୍ମୀରର ଭାରତ-ପାକିସ୍ତାନ ସୀମା ସଂଲଗ୍ନ ୨୦ଟି ଅନୁପ୍ରବେଶ ପଥ ସୁରକ୍ଷାବାହିନୀ ଦ୍ବାରା ଚିହ୍ନଟ କରାଯାଇଛି ଏବଂ ଏହି ଅନୁପ୍ରବେଶ ପଥ ଗୁଡ଼ିକରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗୁଇନ୍ଦା ରି‌ପୋର୍ଟରୁ ଜଣାପଡ଼ିଛି ଯେ ଏଲଓସି ଦେଇ ୬୦ରୁ ଅଧିକ ଆତଙ୍କବାଦୀ କଶ୍ମୀର ଅନୁପ୍ରବେଶ କରିଛନ୍ତି । ଆହୁରି ଅନେକ ଆତଙ୍କବାଦୀ ମଧ୍ୟ ଅନୁପ୍ର‌ବେଶ ଅପେକ୍ଷାରେ ଅଛନ୍ତି ।

୨୦ରୁ ଅଧିକ ଆତଙ୍କବାଦୀ ପିର ପଞ୍ଚଲ୍‌ ଅଞ୍ଚଳର ଦକ୍ଷିଣରେ ଅଛନ୍ତି । ତେଣୁ ଏକ ବଡ଼ ଧରଣର ଆକ୍ରମଣକୁ ଟାଳିବାପାଇଁ ସୁରକ୍ଷାବାହିନୀ ଦ୍ବାରା କଡ଼ା ପଦକ୍ଷେପ ଗ୍ରହଣ ହୋଇଛି । ଭାରତୀୟ ସ୍ଥଳ ସେନା ଏବଂ ବିଏସଏଫ୍‌ ବାଦ୍‌ ଭିଡିସି (ଭିଲେଜ୍‌ ଡିଫେନ୍ସ କମିଟି) ଏଲ୍‌ଓସି ଏବଂ ଆନ୍ତର୍ଜାତୀସ ସୀମା ନିକଟରେ କଡ଼ା ସତର୍କତା ଅବଲମ୍ବନ କରିଛନ୍ତି । ସୀମା ଅଞ୍ଚଳରେ କୌଣସି ସନ୍ଦେହଜନକ ଗତିବିଧି ଉପରେ କଡ଼ା ନଜର ରଖିବାପାଇଁ ସମସ୍ତ ଥାନା ଏବଂ ଫାଣ୍ଡିମାନଙ୍କୁ ସଚେତନ କରାଯାଇଛି ।

ଉଲ୍ଲେଖଯୋଗ୍ୟ କଠୁଆ, ସାମ୍ବା, ରାଜୌରୀ, ଜମ୍ମୁ, ପୁଞ୍ଚ୍, ବାରମୁଳା, ବାନ୍ଦିପୁରା ଏବଂ କୁପୱାଡ଼ା ଜିଲ୍ଲା ସ୍ଥିତ ଏଲ୍‌ଓସି ଏବଂ ଆନ୍ତର୍ଜାତୀୟ ସୀମା ନିକଟରେ ଅନୁପ୍ରବେଶ ପଥ ଗୁଡ଼ିକୁ ଚିହ୍ନଟ କରାଯାଇଛି । ଆତଙ୍କବାଦୀମାନେ ଘଞ୍ଚ ଜଙ୍ଗଲ ଦେଇ ପିଓକେରୁ ଜମ୍ମୁ କଶ୍ମୀରକୁ ପ୍ରବେଶ କରିବାରେ ସକ୍ଷମ ହେଉଛନ୍ତି । ଏହିସବୁ ଅନୁପ୍ରବେଶ ପଥ ଉପରେ କଡ଼ା ନଜର ରଖାଯାଇଛି ।

ସେପଟେ ଜମ୍ମୁ କଶ୍ମୀରର ଗନ୍ଦେରବଲ୍‌ ଜିଲ୍ଲାରେ ଗତକାଲି ପୁଣି ଥରେ ସୁରକ୍ଷାବାହିନୀ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଗନ୍ଦେରବଲର ତ୍ରୁଣଖଲ୍‌ ଅଞ୍ଚଳରେ ସୁରକ୍ଷାବାହିନୀ ଦ୍ବାରା ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଜଏଣ୍ଟ୍‌ ଅପରେସନ୍‌ରେ ଆଜି ପୁଣି ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅନ୍ୟପକ୍ଷେ ଗତ ୨୮ ତାରିଖରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ଏଯାବତ୍‌ ଅପରେସନ୍‌ ଜାରି ରହିଥିବା ଜଣାପଡ଼ିଛି ।


from Kanak News https://ift.tt/2oq3S33 https://ift.tt/2XzBqI7
ସୀମା ସଂଲଗ୍ନ ଅନୁପ୍ରବେଶ ପଥରେ ସୁରକ୍ଷା କଡ଼ାକଡ଼ି : ବଡ଼ ଧରଣର ଆକ୍ରମଣକୁ ଟାଳିବାକୁ ସୁରକ୍ଷାବାହିନୀଙ୍କ କଡ଼ା ପଦକ୍ଷେପ, ଏନକାଉଣ୍ଟରରେ ପୁଣି ୨ ଆତଙ୍କବାଦୀ ନିହତ Kanak News ସୀମା ସଂଲଗ୍ନ ଅନୁପ୍ରବେଶ ପଥରେ ସୁରକ୍ଷା କଡ଼ାକଡ଼ି : ବଡ଼ ଧରଣର ଆକ୍ରମଣକୁ ଟାଳିବାକୁ ସୁରକ୍ଷାବାହିନୀଙ୍କ କଡ଼ା ପଦକ୍ଷେପ, ଏନକାଉଣ୍ଟରରେ ପୁଣି ୨ ଆତଙ୍କବାଦୀ ନିହତ Kanak News Reviewed by SUBHENDU BARAL on October 01, 2019 Rating: 5

No comments:

Powered by Blogger.