ସମ୍ବଲପୁର: ଗୋଟିଏ ପରିବାରର ୪ ଭାଇଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଏଥିରେ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଭାଇ ଗୁରୁତର ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି।
ମୃତକ ମାନେ ହେଲେ ଶକ୍ତିଭୂଷଣ କୁମରା ଓ ଅରବିନ୍ଦ କୁମରା। ଆହତମାନେ ହେଲେ ସେମାନଙ୍କ ଭାଇ ବିଭୂତି ଭୂଷଣ କୁମରା ଓ ତାଙ୍କ ସଂପର୍କୀୟ ନନ୍ଦଲାଲ ଭୁଏ। ଗୁରୁତର ଅବସ୍ଥାରେ ସେମାନଙ୍କୁ ବୁର୍ଲା ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଘର ଭଣ୍ଡାରୀମାଳ ଗାଁରେ।
ସୂଚନା ଅନୁସାରେ, ଗତକାଲି ରାତିରେ ମଦ ପିଇବା ପରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ୪ଜଣ ଲୋକ ବିଚ୍ ରାସ୍ତାରେ ଗୋଡ଼ାଇ ଥିଲେ। ଏହାପରେ ୪ଭାଇଙ୍କ ଗୋଡକୁ ଏକ କାଠ ଉପରେ ରଖି ହାଣି ଦେଇଥିଲେ। ଏଥିରେ ଶକ୍ତି ଓ ଅରବିନ୍ଦଙ୍କ ମୃତ୍ୟୁ ଘଟିଥିବାବେଳେ ବିଭୂତି ଓ ନନ୍ଦଲାଲ୍ ଗୁରୁତର ଆହତ ହୋଇଥିଲେ। ପୁଲିସ୍ ମୃତଦେହକୁ ଜଗି ରହିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଘଟଣା ପରେ ଅଭିଯୁକ୍ତମାନେ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍ ଛାନ୍ଭିନ୍ ଆରମ୍ଭ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
from OTV Khabar. https://ift.tt/2kJRbPp
No comments: