ଟଳିଲା ବାତ୍ୟା ‘ହିକ୍କା’ ବିପଦ Rajalaxmi Sahoo

ନୂଆଦିଲ୍ଲୀ: ଦୁର୍ବଳ ହେଲା ଭେରି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ(ଘୂର୍ଣ୍ଣିଝଡ଼) ‘ହିକ୍କା’। ଏହା ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେବାପରେ ଦୁର୍ବଳ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ରାତିରେ ଓମାନ ଉପକୂଳ ଦେଇ ଗତି କଲାବେଳେ ଏହା ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇ ଦୁର୍ବଳ ହୋଇଥିଲା। ‘ହିକ୍କା’  ଓମାନ ଉପକୂଳ ଦେଇ ଅତିକ୍ରମ କରିବା ବେଳେ ଘଣ୍ଟାପ୍ରତି ପବନର ବେଗ ୧୨୦ରୁ ୧୩୦ କି.ମି. ଥିଲା। କ୍ରମଶଃ ଏହା ପଶ୍ଚିମଦିଗ ଆଡ଼କୁ ଗତି କରିଥିଲା। ଏହା ଗତକାଲି ସକାଳେ ଓମାନ ଉପରେ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଥିଲା।

ଡିପ୍ରେସନ୍‌ ଦୁର୍ବଳ ହେବାପରେ ଏହା ୱେଲ୍‌ ମାର୍କଡ୍‌ ଲୋ’ରେ ଦକ୍ଷିଣ ଓମାନ ଉପରେ ଓ ସାଉଦ ଆରବ ପାଖାପାଖିରେ ଦୁର୍ବଳ ହୋଇଥିଲା। ସମୁଦ୍ର ଭିତରକୁ ଯିବାକୁ ମତ୍ସଜୀବୀଙ୍କୁ ଯିବାକୁ ବାରଣ କରାଯାଇଥିଲା।

ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା। ସୋମବାର ଏହା ବାତ୍ୟା ‘ହିକ୍କା’ରେ ପରିଣତ ହୋଇଥିଲା।



from OTV Khabar. https://ift.tt/2mQ9F16
ଟଳିଲା ବାତ୍ୟା ‘ହିକ୍କା’ ବିପଦ Rajalaxmi Sahoo ଟଳିଲା ବାତ୍ୟା ‘ହିକ୍କା’ ବିପଦ Rajalaxmi Sahoo Reviewed by SUBHENDU BARAL on September 25, 2019 Rating: 5

No comments:

Powered by Blogger.