୩ ମାସ ପରେ ଦେଶକୁ ମିଳିବ ନୂଆ ସେନାମୁଖ୍ୟ ! ଗୁରୁତ୍ୱପୂର୍ଣ୍ଣ ପଦବୀ ଲାଗି ରେସରେ ଅଛନ୍ତି ଏହି ୩ ବ୍ୟକ୍ତି Kanak News

କନକ ବ୍ୟୁରୋ : ଦେଶକୁ ମାତ୍ର ୩ ମାସ ପରେ ମିଳିବ ନୂଆ ସେନା ମୁଖ୍ୟ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ କାହାକୁ ମିଳିବ ତାହାକୁ ନେଇ ଚାଲିଛି ଚର୍ଚ୍ଚା ଓ ଆଲୋଚନା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଡିସେମ୍ବର ୩୧ରେ ସେନାମୁଖ୍ୟ ଅବସର ନେବେ । ତେଣୁ ବର୍ତମାନ ସମୟରୁ ହିଁ ଏହି ପଦବୀ ଲାଗି ଜଣେ ଉପଯୁକ୍ତ ବ୍ୟକ୍ତିଙ୍କ ନାମ ଖୋଜାଚାଲିଛି । ଏହି ପଦବୀ ଲାଗି ଲେଫ୍ଟଟାଂଟ ଜେନେରାଲ ଏମଏମ ନରାବନେ, ଲେଫ୍ଟଟାଂଟ ଜେନେରାଲ ରଣବୀର ସିଂହ ଏବଂ ଲେଫ୍ଟଟାଂଟ ଜେନେରାଲ ଏସ୍.କେ ସୋନୀ ଆଗରେ ଅଛନ୍ତି । କାରଣ ଆମ ଦେଶର ନିୟମ ଅନୁସାରେ ସେନାଧ୍ୟକ୍ଷଙ୍କ ଅବସରର ୪ ରୁ ୫ ମାସ ପୂର୍ବରୁ ନୂତନ ସେନାଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥାଏ ।

indianexpress.com
ସେପଟେ ଭାରତ ନିଜ ଦେଶର ସୁରକ୍ଷା ଲାଗି ସବୁବେଳେ ପ୍ରସ୍ତୁତ ରହିଛି । ଏହାସହ ବାଲାକୋଟରେ ପୁଣି ଥରେ ଆତଙ୍କବାଦୀ ସକ୍ରିୟ ହେବାର ପ୍ରଶ୍ନର ଉତ୍ତର ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଆତଙ୍କବାଦ ଉପରେ ଆମେ ନଜର ରଖିଛୁ । କୌଣସି ପରିସ୍ଥିତିରେ ବି ଦେଶରେ ଅଶାନ୍ତି ସୃଷ୍ଟି କରିବା ଲାଗି ଆମେ ଦେବୁ ନାହିଁ । ସେପଟେ ବାଲାକୋଟରେ ଆତଙ୍କବାଦ ନେଇ ମଧ୍ୟ ପ୍ରତିକ୍ରିୟା ରଖଛନ୍ତି ସେନାମୁଖ୍ୟ ବିପନ ରାୱତ । କହିଛନ୍ତି ଯେ, ବାଲାକୋଟ ସ୍ଥିତି ଉପରେ ଆମେ ନଜର ରଖିଛୁ । ପାକିସ୍ତାନ ସେଠାରେ ଆତଙ୍କବାଦ ଶିବିର ଖୋଲିବାରେ ଲାଗିଛି । କିନ୍ତୁ ଆମେ ମଧ୍ୟ ସେମାନଙ୍କୁ ମୁକାବିଲା କରିବା ଲାଗି ସମର୍ଥ ରହିଛୁ ଏବଂ ଦେଶର ସୁରକ୍ଷା ସହ କୌଣସି ପ୍ରକାର ସାଲିସ ହେବ ନାହିଁ ବୋଲି ରାୱତ କହିଛନ୍ତି ।
from Kanak News https://ift.tt/2lPd0xi https://ift.tt/30Kbkoc
No comments: