ସାନ ଭାଇକୁ ଗୁଳି କରି ପ୍ରତିଶୋଧ ନେଲା ବଡ଼ ଭାଇ Rajalaxmi Sahoo

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପାରିବାରିକ କଳହକୁ ନେଇ ଭାଇ ଭାଇ ମଧ୍ୟରେ ବୋମାମାଡ଼ ଓ ଗୁଳିମାଡ଼। ଆଉ ବଡ଼ ଭାଇର ଗୁଳି ମାଡ଼ରେ ଗୁରୁତର ହୋଇଛି ସାନ ଭାଇ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲଟିକିରି ଗାଁରେ ଏହି ଘଟଣା ଘଟିଛି। ଗୁରୁତର ସାନ ଭାଇଙ୍କ ନାଁ ବିଭୁ ବେହେରା। ତାଙ୍କ ବଡ଼ ଭାଇଙ୍କ ନାଁ ମିଲୁ ବେହେରା।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ୩୦ ମିନିଟ୍‌ ସମୟରେ ଦୁଇ ଭାଇଙ୍କ ମଧ୍ୟରେ ବଚସାକୁ ନେଇ ବିଭୁ ପ୍ରଥମେ ମିଲୁଙ୍କ ଉପରକୁ ବୋମା ପକାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମିଲୁ ତାଙ୍କ ଉପରକୁ ଗୁଳି ଚଲାଇଥିଲା। ବିଭୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସଦର ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି। ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।



from OTV Khabar. https://ift.tt/2ogSabb
ସାନ ଭାଇକୁ ଗୁଳି କରି ପ୍ରତିଶୋଧ ନେଲା ବଡ଼ ଭାଇ Rajalaxmi Sahoo ସାନ ଭାଇକୁ ଗୁଳି କରି ପ୍ରତିଶୋଧ ନେଲା ବଡ଼ ଭାଇ Rajalaxmi Sahoo Reviewed by SUBHENDU BARAL on September 28, 2019 Rating: 5

No comments:

Powered by Blogger.