ହ୍ୟୁଷ୍ଟନ୍: ଭାରତ-ଆମେରିକା ବନ୍ଧୁତ୍ୱରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’କୁ ନେଇ ଭିତରେ ଭିତରେ ଜଳୁଛି ପାକିସ୍ତାନ। ଏହି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ପାକିସ୍ତାନ ପ୍ଲାନ୍ ମଧ୍ୟ କରିଥିଲା। ହେଲେ ଏହି ପ୍ଲାନ୍ ଫେଲ୍ ମାରିଥିଲା।
ଟେକ୍ସାସର ହ୍ୟୁଷ୍ଟନ୍ ସହରରେ ଅନୁଷ୍ଠିତ ଏହି ମେଗା ଇଭେଣ୍ଟ ହାଓଡି ମୋଦିକୁ ଭଣ୍ଡୁର କରିବାକୁ ପାକିସ୍ତାନ ଜୋରଦାର ଉଦ୍ୟମ କରିଥିଲା। ପ୍ରଥମ ପଦକ୍ଷେପ ସ୍ୱରୂପ ଆମେରିକାରେ ବିଭିନ୍ନ ଗ୍ରୁପ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ବିରୋଧ କରିବାକୁ ଚେଷ୍ଟା କରାଯାଇଥିଲା। ତା’ ପରେ ସୋସିଆଲ ମିଡିଆରେ ମଧ୍ୟ କାର୍ଯ୍ୟକ୍ରମ ବିଷୟରେ ବିଭ୍ରାନ୍ତିକର ତଥ୍ୟ, ମୋଦି ବିରୋଧୀ ନାରା ଛଡ଼ା ଯାଇଥିଲା।
ଏମିତିକି କାର୍ଯ୍ୟକ୍ରମର ସିଡ୍ୟୁଲ୍ ବିଷୟରେ ବିଭିନ୍ନ ଆକାଉଣ୍ଟରୁ ଭୁଲ୍ ତଥ୍ୟ ସବୁ ଛଡ଼ାଯାଇଥିଲା। ଏ ସବୁ ମେସେଜକୁ ନେଇ ତଦନ୍ତ କଲାପରେ ଜଣାପଡ଼ିଥିଲା ଯେ, ଏଥିରୁ ଅଧିକାଂଶ ପାକିସ୍ନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଶାସକ ଦଳ ପାକିସ୍ତାନ ତେହେରିକ ଇ-ଇନସାଫ୍ ବା ପିଟିଆଇ ସହ ଜଡ଼ିତ। ଭାରତର ବିରୋଧୀ ପୋଷ୍ଟର ଓ ଲିଫ୍ଲେଟ୍ ଛପାଯାଇ ବଣ୍ଟା ଯାଇଥିଲା।
ଆମେରିକାରେ ମୋଦିଙ୍କର ଏହି ବିଶାଳ କାର୍ଯ୍ୟକ୍ରମ ଓ ମୋଦି-ଟ୍ରମ୍ପଙ୍କ ବନ୍ଧୁତ୍ୱକୁ ନେଇ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବା ସହ ରାଗରେ ବିଳିବିଳେଇ ହେଉଥିବା କୁହାଯାଉଛି।
from OTV Khabar. https://ift.tt/2Ohg69o
No comments: