କନକ ବ୍ୟୁରୋ: ପୁଣି ଥରେ ଚିଲିକା ମଝିରେ ସୃଷ୍ଟି ହୋଇଛି ଚକ୍ରବାତ । ପାଣି ମଝିରେ ଏପରି ଭୟଙ୍କର ଦୃଶ୍ୟ ଦେଖି ଆତଙ୍କିତ ହୋଇ ପଡିଛନ୍ତି ଅଂଚଳବାସୀ । କାରଣ କିଛି ଦିନ ତଳେ ଏପରି ଘୂର୍ଣ୍ଣି ଝଡ଼ ଚିଲିକାରେ ଦେଖିବାକୁ ମିଳିଥିଲା । ଏହି ଚକ୍ରବାତରେ ବାଲୁଗାଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଫିସ ନିକଟରୁ ପ୍ରାୟ ୧ କିଲୋମିଟର ଦୂରରେ ଚିଲିକାର ଜଳରାଶି ହଠାତ୍ ଉପରକୁ ଉଠିଯାଇଥିଲା । ତେବେ ଗତକାଲି ହୋଇଥିବା ଚକ୍ରବାତରେ କିଛି କ୍ଷତି ହୋଇନଥିଲେ ବି ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା ।
ଚିଲିକାରେ ଚକ୍ରବାତ । ପାଣି ମଝିରେ ସୃଷ୍ଟି ହେଲା ଘୂର୍ଣ୍ଣିଝଡ଼ । ବୃତ ଆକାରରେ ପବନ ସହ ପାଣି ଉପରକୁ ଉଠିଗଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଚିଲିକା ମଝିରେ । ଚିଲିକାର ଏପରି ଭୟଙ୍କର ଦୃଶ୍ୟ, ଅଜଣା ଆଶଙ୍କା ସୃଷ୍ଟି କରିଥିଲା ଲୋକଙ୍କ ମନରେ । ଗତକାଲି ଅପରାହ୍ନରେ ବାଲୁଗାଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଫିସ ନିକଟରୁ ୧ କିଲୋମିଟର ଦୂରରେ ଦେଖିବାକୁ ମିଳିଥିଲା ପାଣି ଭିତରେ ଚକ୍ରବାତ । ଚିଲିକା ମଝିରେ ଏହି ଦୃଶ୍ୟ ଦେଖି ଲୋକେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ, ସେତିକି ହୋଇଥିଲେ ଭୟଭୀତ । ସ୍ଥଳଭାଗରେ ଘୂର୍ଣ୍ଣିଝଡ ଭଳି ଚିଲିକା ମଝିରେ ଘୂର୍ଣ୍ଣିବାୟୁ ସଦୃଶ୍ୟ ଦେଖିବାକୁ ମିଳିଥିଲା ଏହି ଚକ୍ରବାତ ।
ସୂଚନାଯୋଗ୍ୟ ଗତକାଲି ଅପରାହ୍ନରେ ଚିଲିକା ଉପରେ କିଛି ସମୟ ପାଇଁ ଘୂର୍ଣ୍ଣିଝଡ ଦେଖାଦେଇଥିଲା । ଏହାର ପ୍ରଭାବରେ ବାଲୁଗାଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଫିସ ନିକଟରୁ ୧ କିଲୋମିଟର ଦୂରରେ ଚିଲିକାର ଜଳରାଶି ହଠାତ୍ ଉପରକୁ ଉଠିଥିବା ଦେଖିବାକୁ ମିଳିଥିଲା । ଅପରାହ୍ନ ୪ଟାରୁ ପ୍ରାୟ ୧୫ ମିନିଟ ଧରି ଏଭଳି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଥିଲେ । ତେବେ ଚିଲିକା ଜଳରାଶି ଉପରେ ଏହି ଘୂର୍ଣ୍ଣିଝଡ଼ (ଟର୍ଣ୍ଣାଡୋ) ହୋଇଥିବାରୁ ସ୍ଥଳଭାଗରେ ବିଶେଷ କ୍ଷୟକ୍ଷତି ହୋଇ ନାହିଁ । ପବନ ସହିତ ଚିଲିକାରୁ ପ୍ରବଳ ବେଗରେ ପାଣି ଉଠିବା ଦେଖାଯାଇଥିଲା। ଘୂର୍ଣ୍ଣିଝଡ଼ ହୋଇଥିବା ସ୍ଥାନରେ ଚିଲିକାର ଜଳରାଶି ଉପରକୁ ଉଠିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
from Kanak News https://ift.tt/30J6E0Z https://ift.tt/30bO05R
No comments: