ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି ଘୂର୍ଣ୍ଣିଝଡ଼ ‘ହିକ୍କା’ Rajalaxmi Sahoo

ନୂଆଦିଲ୍ଲୀ: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ହିକ୍କା’ ଆଜି ଅପରାହ୍ଣ ସୁଦ୍ଧା ଓମାନ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ। ଆଜି ଭୋର ସମୟରେ ଓମାନ ଉପକୂଳରୁ ୭୦ କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ହୋଇଥିଲା।

‘ହିକ୍କା’ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନ୍‌ରେ ପରିଣତ ହେବ। ଏହାପରେ ଆସନ୍ତା ୬ ଘଣ୍ଟା ମଧ୍ୟରେ ୱେଲ୍‌-ମାର୍କଡ୍‌ ଲୋ’ରେ ପରିଣତ ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହାର ପ୍ରଭାବରେ ଗୁଜରାଟର କଚ୍ଛ ଓ ସୌରାଷ୍ଟ ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।  ଏଥିସହ ତାମିଲନାଡୁ, ପୁଡୁଚେରୀ, କେରଳ ଓ କର୍ଣ୍ଣାଟକର କିଛି ସ୍ଥାନରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଲୋକଙ୍କୁ ସମୁଦ୍ର ଭିତରକୁ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି।

ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା। ସୋମବାର ଏହା ବାତ୍ୟା ‘ହିକ୍କା’ରେ ପରିଣତ ହୋଇଥିଲା।



from OTV Khabar. https://ift.tt/2n2Zzu6
ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି ଘୂର୍ଣ୍ଣିଝଡ଼ ‘ହିକ୍କା’ Rajalaxmi Sahoo ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି ଘୂର୍ଣ୍ଣିଝଡ଼ ‘ହିକ୍କା’ Rajalaxmi Sahoo Reviewed by SUBHENDU BARAL on September 24, 2019 Rating: 5

No comments:

Powered by Blogger.