ଚଳିତବର୍ଷ ରାଜ୍ୟରେ ସ୍ୱାଭାବିକ ଠାରୁ ହୋଇଛି ଅଧିକ ବର୍ଷା : ଅଗଷ୍ଟ , ସେପ୍ଟେମ୍ବରରେ ୯ ଦଶମିକ ୯ ପ୍ରତିଶତ ଅଧିକ ବର୍ଷା ନେଇ ଏସଆରସିଙ୍କ ସୁଚନା Kanak News

କନକ ବ୍ୟୁରୋ : ଚଳିତବର୍ଷ ରାଜ୍ୟକୁ ବିଳମ୍ବରେ ମୌସୁମୀ ଛୁଇଁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି  । ତେବେ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ୯.୯ ପ୍ରତିଶତ ଅଧିକା ବୃଷ୍ଟିପାତ  ହୋଇଥିବା ସ୍ୱତନ୍ତ୍ର ରିଲିଫ କମିସନର ପକ୍ଷରୁ ସୁଚନା ଦିଆଯାଇଛି । ତେବେ କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଝାରସୁଗୁଡା,କଟକ, ପୁରୀ ଆଦି ୧୦ ଟି ଜିଲ୍ଲାରେ ୧୯ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଥିବା ବେଳେ ୧୯ ଟି ଜିଲ୍ଲାରେ ସାଧାରଣ ବର୍ଷା ହୋଇଥିବା ଜଣାପଡିଛି ।
ଦେବଗଡ ଜିଲ୍ଲାରେ ସବୁଠାରୁ କମ ବର୍ଷା ହୋଇଥିବା ଜଣାପଡିଛି । ୧୦୩ଟି ବ୍ଲକରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୬୯ ଟି ବ୍ଲକରେ ସ୍ୱାଭାବିକ ବର୍ଷା ହୋଇଛି  । ରାଜ୍ୟର ୨ଟି ବ୍ଲକରେ ଅତି କମ୍ ବର୍ଷା ହୋଇଛି  । କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଏବଂ ଝୁମ୍ପୁରା ବ୍ଲକରେ କମ ବର୍ଷା ହୋଇଥିବା କମିଶନର କହିଛନ୍ତି । ତେବେ ଆସନ୍ତା ସପ୍ତାହେ କିମ୍ବା ଦୁଇସପ୍ତାହ ପର୍ଯ୍ୟନ୍ତ ମୈାସୁମି ବର୍ଷା ସ୍ୱଳ୍ପ ଆକାରରେ ହେବ ବୋଲି ଏସ୍ଆରସି ସୁଚନା ଦେଇଛନ୍ତି  ।
ସେପଟେ ରେକର୍ଡ ଭାଙ୍ଗିଛି ସେପ୍ଟେମ୍ବର ମାସର ବର୍ଷା । ହିସାବ ଅନୁସାରେ ଗତ ୪ ମାସ ମଧ୍ୟରେ ଦେଶରେ ଯେତେ ପରିମାଣର ବର୍ଷା ହୋଇଛି ଏହା ଦୀର୍ଘ ୧୦୨ ବର୍ଷର ରେକର୍ଡ ଭାଙ୍ଗିଛି । ଗୋଟିଏ ସମୟରେ ଦେଶରେ ସ୍ପଳ୍ପବୃଷ୍ଟିପାତ ଯୋଗୁଁ ମରୁଡି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ଭିନ୍ନ ଭିନ୍ନ ସ୍ଥାନରେ ବନ୍ୟା କରିଛି ବେହାଲ ।


from Kanak News https://ift.tt/2ng6AYV https://ift.tt/2oN3Fr8
ଚଳିତବର୍ଷ ରାଜ୍ୟରେ ସ୍ୱାଭାବିକ ଠାରୁ ହୋଇଛି ଅଧିକ ବର୍ଷା : ଅଗଷ୍ଟ , ସେପ୍ଟେମ୍ବରରେ ୯ ଦଶମିକ ୯ ପ୍ରତିଶତ ଅଧିକ ବର୍ଷା ନେଇ ଏସଆରସିଙ୍କ ସୁଚନା Kanak News ଚଳିତବର୍ଷ ରାଜ୍ୟରେ ସ୍ୱାଭାବିକ ଠାରୁ ହୋଇଛି ଅଧିକ ବର୍ଷା : ଅଗଷ୍ଟ , ସେପ୍ଟେମ୍ବରରେ ୯ ଦଶମିକ ୯ ପ୍ରତିଶତ ଅଧିକ ବର୍ଷା ନେଇ ଏସଆରସିଙ୍କ ସୁଚନା Kanak News Reviewed by SUBHENDU BARAL on September 30, 2019 Rating: 5

No comments:

Powered by Blogger.