ବିଜେପିରୁ କିଏ ଦେବ ବିଜେଡିର ରୀତା ସାହୁ ଓ କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କୁ ଟକ୍କର । ଆଜି ଦଳ କରିବ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା, ଆସନ୍ତାକାଲି ନାମାଙ୍କନ ଭରିବେ ତିନି ଦଳର ପ୍ରାର୍ଥୀ Kanak News

କନକ ବ୍ୟୁରୋ : କିଏ ହେବ ବିଜେପିର ବିଜେପୁର ପ୍ରାର୍ଥୀ । ଆଜି ପ୍ରାର୍ଥୀ ଘୋଷଣା କରିବ ଭାରତୀୟ ଜନତା ପାର୍ଟି । ବିଜେପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ, ବରଗଡ ଜିଲ୍ଲା ଉପସଭାପତି ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିସାରିଛି । ଏବେ ସମସ୍ତଙ୍କ ନଜର ରହିଛି ବିଜେପି ଉପରେ । ଚର୍ଚାରେ ରହିଛି ଅଶୋକ ପାଣିଗ୍ରାହୀ ଏବଂ ସନତ ଗଡତିଆଙ୍କ ନାଁ । ଅଶୋକ ପାଣଗ୍ରାହୀ ଗତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ସନତ ଗଡତିଆ, ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିଲେ । ଆଜି ନୂଆଦିଲ୍ଲୀରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବା ସମ୍ଭାବନା ରହିଛି । ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ତେଣୁ ଆସନ୍ତାକାଲି ତିନି ଦଳର ପ୍ରାର୍ଥୀ ନାମାଙ୍କନ କରିବେ । ପଦ୍ମପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ ।

from Kanak News https://ift.tt/2m1eDs3 https://ift.tt/2my2paJ
No comments: