ମୁମ୍ବାଇ ୨୮।୯: ଭାରତୀୟ ନୌସେନାରେ ସାମିଲ ହେଲା ସାଇଲେଣ୍ଟ କିଲ୍ଲର ଆଇଏନଏସ ଖଣ୍ଡେରୀ । ମୁମ୍ବାଇରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ଏହା ନୌସେନେରେ ସାମିଲ ହୋଇଛି ।

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ ଖଣ୍ଡେରୀ କଲଭେରୀ ଶ୍ରେଣୀର । ଏହା ବିଦ୍ୟୁତ ଏବଂ ଡିଜେଲ ଉଭୟ ଫୁଏଲରେ ଏହା ସର୍ବାଧିକ ୨୦ ନଟିକାଲ ମାଇଲରେ ବେଗରେ ଯାତ୍ରା କରିପାରିବ।

ସାଧାରଣ ବୁଡା ଜାହାଜରେ ୬୦ ଜଣ କ୍ରିୟୁ ମେମ୍ବର ରହୁଥିବା ବେଳେ ଏଥିରେ ୩୬ ଜଣ ରହିବେ। ମାନେ ଅଧିକ ଅମ୍ଳଜାନର ଆବଶ୍ୟକ ପଡିବନି। ଏହା ଦ୍ବିତୀୟ ବୁଡାଜାହାଜ। ଯାହାକି ବିଶ୍ବସ୍ତରର ଅତ୍ୟାଧୁନିକ ବୁଡା ଜାହାଜର ସମକକ୍ଷ ବୋଲି କୁହାଯାଉଛି।

କେବଳ ସେତିକି ନୁହେଁ ଏହି ବୁଡା ଯାହାଜ ବିଶାଳ ସମୁଦ୍ରରେ ନିଜର ପତିଆରା ଜାହିର କରିବା ସହିତ ଶତ୍ରୁକୁ ଚକମା ଦେବାକୁ ସାମର୍ଥ୍ୟ ମଧ୍ୟ ରହିଛି । ମଡଗାଓଁ ଡକ୍ ଏହି ଭଳି ୬ଟି ବୁଡାଜାହାଜ ତିଆରି କରିବ।
from Prameya News7 https://ift.tt/2mkD6ZD
ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନଏସ ଖଣ୍ଡେରୀ
Reviewed by SUBHENDU BARAL
on
September 27, 2019
Rating:
No comments: