ଲାଲୁଙ୍କ ପରିବାରରେ କଳହ , ମୁହଁ ଖୋଲିଲେ ବଡ଼ବୋହୂ ଐଶ୍ବର୍ଯ୍ୟା ! ଶାଶୂ , ନଣନ୍ଦଙ୍କ ଉପରେ ଆଣିଲେ ଗମ୍ଭୀର ଅଭିଯୋଗ । Kanak News

ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ବୋହୂ ଐଶ୍ବର୍ଯ୍ୟା ଆଜି ତାଙ୍କ ଶାଶୂ ରାବଡୀ ଦେବୀ ଏବଂ ନଣନ୍ଦ ମିସା ଭାରତୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଉଭୟ ରାବଡୀ ଏବଂ ମିସା ତାଙ୍କୁ ଲଗାତାର ନିର୍ୟାତନା ଦେଇ ଆସୁଥିଲେ ଏବଂ ତାଙ୍କୁ ଖାଇବାକୁ ଦେବାରେ ମଧ୍ୟ କଟକଣା ଲଗାଇଥିଲେ ବୋଲି ବଡ଼ ପୁଅ ତେଜପ୍ରତାପଙ୍କ ପତ୍ନୀ ଐଶ୍ବର୍ଯ୍ୟା ଅଭିଯୋଗ କରିଛନ୍ତି।
ଶାଶୂ ଓ ନଣନ୍ଦ ସର୍ବଦା ଅତ୍ୟନ୍ତ କଟୁ ବ୍ୟବହାର କରୁଥିଲେ ଏବଂ ତାଙ୍କୁ କେବେ ବି ଶାନ୍ତିରେ ରହିବାକୁ ଦେଉନଥିଲେ ବୋଲି ଐଶ୍ବର୍ଯ୍ୟା କହିଛନ୍ତି। ଐଶ୍ବର୍ଯ୍ୟା ଏ ବାବଦରେ ମହିଳା ହେଲ୍ପଲାଇନରେ ଅଭିଯୋଗ କରିବା ପରେ ଏହାକୁ ନେଇ ସରଗରମ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସୂଚନାଯୋଗ୍ୟ ତେଜପ୍ରତାପ ଏବଂ ଐଶ୍ବର୍ଯ୍ୟା କୋର୍ଟରେ ଛାଡ଼ପତ୍ର ଆବେଦନ ଦାଖଲ କରିଛନ୍ତି ଏବଂ ମାମଲା ଏବେ ବିଚାରାଧୀନ ରହିଛି। ରାବଡୀ ଦେବୀ ଏବଂ ମିସା ଭାରତୀ ତାଙ୍କୁ ଘରୁ ବାହାର କରିଦେବା ପାଇଁ କିଛି ମାସ ହେଲା ଚରମ ମାନସିକ ନିର୍ଯ୍ୟାତନା ଦେଉଥିଲେ, ଯାହାକି ଅସହ୍ୟ ଥିଲା ବୋଲି ଐଶ୍ବର୍ଯ୍ୟା କହିଛନ୍ତି।
from Kanak News https://ift.tt/2otEx8N https://ift.tt/2mUotwd


No comments: