ପିଆଜ କିଣିଲା ବେଳେ ଆଖିରୁ ବାହାରୁଛି ଲୁହ । କେଉଁଠି ୫୦ ତ କେଉଁ ୬୦ ଛୁଇଁଲାଣି ଦର, ୭ ଦିନରେ ବଢିଛି ୨୫ ଟଂକା କିଲୋପ୍ରତି ଦର Kanak News

କନକ ବ୍ୟୁରୋ : ପୁଣି କନ୍ଦାଉଛି ପିଆଜ, ରୋଷେଇଘରୁୁ ହେଲାଣି ଉଭାନ । ପିଆଜ ଦର ଅହେତୁକ ଭାବେ ବଢ଼ିବା ପରେ ଏହା ରୋଷେଇଘରୁ ଏକ ପ୍ରକାର ଉଭାନ ହେବାକୁ ବସିଛି ।ପିଆଜ କିଲୋ ପିଛା ଭୁବନେଶ୍ୱରରେ ୫୦, ବ୍ରହପୁରରେ ୫୫ , ଦେବଗଡରେ ୬୦, କନ୍ଧମାଳରେ ୬୦,ଖୋର୍ଦ୍ଧାରେ ୫୫ , ଅସ୍ତରଙ୍ଗରେ ୫୦ ଟଙ୍କାରେ ବିକ୍ରି ହେଉଛି । ସପ୍ତାହକ ଭିତରେ ପିଆଜ ଦର ପ୍ରାୟ ୨୦ରୁ ୨୫ ଟଙ୍କା ବଢ଼ିଲାଣି । ମୁମ୍ବାଇ ଓ ପୁଣେରେ ପ୍ରବଳ ବର୍ଷା ଯୋଗୁଁ ସମସ୍ୟା ବଢିଥିବା କୁହାଯାଉଛି ।

from Kanak News https://ift.tt/2mICZH0 https://ift.tt/2QpU46W
No comments: