
କନକ ବ୍ୟୁରୋ : ଆଜି ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ଭେଟିବ ନୁହେଁ ବରଂ ଉଭୟ ଦେଶର ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ସମୟ ଅପରାହ୍ମ ୧୨.୧୫ରେ ଟ୍ରମ୍ପଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ । ହଷ୍ଟନରେ ହେଉଥିବା ‘ହାଓଡି ମୋଦି’ କାର୍ଯ୍ୟକ୍ରମର ଠିକ୍ ପରଦିନ ମୋଦୀ ଓ ଟ୍ରମ୍ପଙ୍କର ଏହି ବୈଠକ ହେବାକୁ ଯାଉଛି। ଆମେରିକା ଓ ଭାରତର ସଂପର୍କକୁ ଏକ ନୂଆ ଉଚ୍ଚତାକୁ ନେଇଯିବା ସଂପର୍କରେ କଥା ହୋଇ ବିଶ୍ୱର ଦୁଇଟି ବଡ଼ ଲୋକତନ୍ତ୍ରର ନେତା ମୋଦି ଓ ଟ୍ରମ୍ପ ଳଜବାୟୁ ପରିବର୍ତ୍ତନ, ଆତଙ୍କବାଦ୍, ଶକ୍ତି ଓ ବ୍ୟାପାର ପ୍ରସଂଗରେ ଆଲୋଚନା କରିଛନ୍ତି।

from Kanak News https://ift.tt/2mGUvLD https://ift.tt/2mBsZz4
No comments: