ପାକିସ୍ତାନର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । କର୍ତାରପୁର କରିଡର ଉଦ୍ଘାଟନକୁ ନିମନ୍ତ୍ରଣ କରିଥିଲେ ପାକ୍ ବୈଦେଶିକ ମନ୍ତ୍ରୀ Kanak News

କନକ ବ୍ୟୁରୋ : ମନା କରିବେ ମନମୋହନ । ପାକିସ୍ତାନର ନିମନ୍ତ୍ରଣକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରତ୍ୟାଖ୍ୟାନ କରିବେ ବୋଲି ସୂଚନା ମିଳିଛି । କର୍ତାରପୁର କରିଡରର ଉଦଘାଟନରେ ଯୋଗଦେବା ପାଇଁ ମନମୋହନଙ୍କୁ ନିମନ୍ତ୍ରଣ କରିବାକୁ ପାକ୍ ବୈଦେଶିକ ମନ୍ତ୍ରୀ ସୂଚନା ଦେଇଥିଲେ । କିନ୍ତୁ ଏହି ଉଦଘାଟନ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରି ନାହିଁ ପାକିସ୍ତାନ । ନ୍ୟୁଜ ଏଜେନ୍ସି ଏଏନ୍ଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ନିମନ୍ତ୍ରଣ ସ୍ୱୀକାର କରିବେ ନାହିଁ ମନମୋହନ ସିଂହ ।

from Kanak News https://ift.tt/2oNW2Rf https://ift.tt/2oNbuNt
No comments: