ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ Rajalaxmi Sahoo

ନବରଙ୍ଗପୁର: ଯୌତୁକ ପାଇଁ ଜଣେ ନବ ବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଏହି ହୃଦୟ ବିଦାରକ ଘଟଣା ଘଟିଛି।

ବାପ ଘର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୁଲିସ୍‌ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି ପଚରାଉଚରା କରୁଛି।

ସୂଚନା ଅନୁସାରେ, ମୈଦଲପୁର ଥାନା ଅନ୍ତର୍ଗତ କାକୁଡ଼ିଆମ୍ବ ଗାଁର ଧର୍ମାନନ୍ଦ ନାୟକ ଗତ ମେ ୧ ତାରିଖରେ କଳାହାଣ୍ଡି ଜିଲ୍ଲାର ଚିଚିଆ ଗାଁର ରଶ୍ମିତା ସତନାମୀଙ୍କୁ ବିବାହ କରିଥିଲେ। ରଶ୍ମିତା ଆଣିଥିବା ଯୌତୁକ ଯଥେଷ୍ଟ ନଥିବା ଏବଂ ସୁନା କମ୍‌ ଆଣିଥିବା ଅଭିଯୋଗ କରି ଶାଶୂ ଘର ଲୋକେ ଅଧିକ ଟଙ୍କା ଦେବା ପାଇଁ ଦାବି କରିଥିଲେ। ଏନେଇ ଅଗଷ୍ଟ ୫ ତାରିଖ ଦିନ ରଶ୍ମିତାଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଗତକାଲି ରଶ୍ମିତା ଅସୁସ୍ଥ ଥିବା ନେଇ  ତାଙ୍କ ବାପ ଘର ଲୋକଙ୍କୁ ଖବର ଦିଆଯାଇଥିଲା। ତେବେ ସେମାନେ ସେଠାରେ ପହଞ୍ଚିବା ପୂର୍ବରୁ ରଶ୍ମିତାଙ୍କର ମୃତ୍ୟୁ ଘଟି ସାରିଥିଲା। ତାଙ୍କ ମୃତଦେହକୁ ନବରଙ୍ଗପୁର ମେଡିକାଲ୍‌କୁ ନିଆଯାଇ ଶବ ଗୃହରେ ରଖାଯାଇଥିଲା।

ରଶ୍ମିତା ଫ୍ୟାନ୍‌ରେ ରଶି ଦେଇ ଆତ୍ମହତ୍ୟା କରିଥିବା ତାଙ୍କ ଶାଶୂ ଘର ଲୋକେ କହିଛନ୍ତି।



from OTV Khabar. https://ift.tt/2Hkrs8i
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ Rajalaxmi Sahoo ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ Rajalaxmi Sahoo Reviewed by SUBHENDU BARAL on August 20, 2019 Rating: 5

No comments:

Powered by Blogger.