ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳିଦେଲେ ହତାଶ ପ୍ରେମିକ Rajalaxmi Sahoo

ବାସୁଦେବପୁର(କୀର୍ତ୍ତି ଦାସ): ହତାଶ ପ୍ରେମିକର ଉନ୍ନତ୍ତ କାଣ୍ଡ। ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ। ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି।

ଗୁରୁତର ଯୁବତୀଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଯୁବକ ଜଣକ ହେଉଛନ୍ତି ସିଦ୍ଧାର୍ଥ ମଲ୍ଲିକ୍।

ସୂଚନା ଅନୁସାରେ, ବାସୁଦେବପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ସିଦ୍ଧାର୍ଥ ପ୍ରେମ ନିବେଦନ କରି ଆସୁଥିଲେ। କିନ୍ତୁ ଯୁବତୀ ଜଣଙ୍କ ଏହାକୁ ପ୍ରତ୍ୟାଖ୍ୟାନ କରି ଆସୁଥିଲେ। ତେବେ ଗତକାଲି ଯୁବତୀଙ୍କ ପରିବାର ଲୋକେ ଚାଷ କାମ ପାଇଁ ବିଲକୁ ଯାଇଥିଲେ। ଏଥିପାଇଁ ଯୁବତୀ ଜଣକ ଭାତ ନେଇ ବିଲକୁ ଯାଉଥିଲେ। ଏହି ସମୟରେ ଯୁବକ ଜଣକ ଯୁବତୀଙ୍କୁ ଡାକି ବିବାହ ପାଇଁ  ନିବେଦନ କରିଥିଲେ। ଏଥିରେ ସମ୍ପୃକ୍ତ ଯୁବତୀ ଜଣକ ଅରାଜି ହେବାରୁ  ଯୁବକ  ଜଣକ ଉତକ୍ଷିପ୍ତ ହୋଇ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ତାଙ୍କ ଉପରେ ନିଆଁ ଲଗାଇ ଦେଇଥିଲେ।

ଏନେଇ ପୁଲିସ୍‌ ଖବର ପାଇ ଯୁବତୀଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ ଆରମ୍ଭ କରିଛି।



from OTV Khabar. https://ift.tt/2MvhlBF
ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳିଦେଲେ ହତାଶ ପ୍ରେମିକ Rajalaxmi Sahoo ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳିଦେଲେ ହତାଶ ପ୍ରେମିକ Rajalaxmi Sahoo Reviewed by SUBHENDU BARAL on August 21, 2019 Rating: 5

No comments:

Powered by Blogger.