ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଗ୍ନିକାଣ୍ଡ Rajalaxmi Sahoo

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ଡାକ୍ତରଖାନାରେ ବିଦ୍ୟୁତ୍‌ ସଟ୍ ସର୍କିଟ୍ ଯୋଗୁ ସ୍ତ୍ରୀ ଓ ପ୍ରସୂତି ବିଭାଗର ଫ୍ୟାନ୍ ସମେତ ୱାଟର୍ ପ୍ରିଜ୍‌ ପୋଡ଼ି ଯାଇଛି।

ନିଆଁ ଲାଗିବା ସମୟରେ ବହୁତ ଜୋର୍‌ରେ ଶବ୍ଦ ହେବାରୁ ମେଡିକାଲରେ ଥିବା ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।

ଅନ୍ୟପକ୍ଷରେ, ନିଆଁ ଲାଗିବା ଫଳରେ ନବଜାତ ଶିଶୁଙ୍କ ସମେତ ଅନ୍ୟ ରୋଗୀ ଘଣ୍ଟା ଘଣ୍ଟା ଧରି ଡାକ୍ତରଖାନାରେ ବାହାରେ ଅପେକ୍ଷା କରି ରହିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ତେବେ ଅଗ୍ନିକାଣ୍ଡରେ କାହାରି କିଛି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।



from OTV Khabar. https://ift.tt/2ZfwvNf
ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଗ୍ନିକାଣ୍ଡ Rajalaxmi Sahoo ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଗ୍ନିକାଣ୍ଡ Rajalaxmi Sahoo Reviewed by SUBHENDU BARAL on August 21, 2019 Rating: 5

No comments:

Powered by Blogger.