ମାଲକାନଗିରି: ଛଦ୍ମବେଶରେ ମାଓ କ୍ୟାମ୍ପରେ ପଶି ପୁଲିସ୍ ଆକ୍ରମଣ କରୁଥିବାରୁ, ଏଥିରୁ ବର୍ତ୍ତିବା ପାଇଁ ମାଓବାଦୀମାନଦେ ଏକ ନୂଆ ରଣନୀତି ଆପଣାଇଛନ୍ତି। ମାଓବାଦୀମାନେ ଏବେ ଆଇଡି କାର୍ଡ ବା ପରିଚୟ ପତ୍ର ବ୍ୟବହାର କରୁଥିବା ସୂଚନା ମିଳିଛି।
ଏହି ପରିଚୟ ପତ୍ରର ଗୋଟିଏ ପଟେ ନାଲି ରଙ୍ଗର ପତାକାର ଚିତ୍ର ଥିବା ବେଳେ ଅନ୍ୟ ପଟେ ହିନ୍ଦୀରେ ନିଜ ତଥା ସମସ୍ତଙ୍କ ସମ୍ପର୍କରେ ଜାଣିବା ପାଇଁ ଲେଖା ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଏହି ପରିଚୟ ପତ୍ରକୁ ୨୦୦ ଫାଇଟର୍ କମାଣ୍ଡୋଙ୍କୁ ଦିଆଯାଇଛି। ଏହାକୁ ପାଖରେ ରଖିବା ପାଇଁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏଥିସହ ସେଣ୍ଟ୍ରାଲ୍ କମିଟି ମେମ୍ବରଙ୍କ ପାଇଁ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ଓ ଫାଇଟର୍ କମାଣ୍ଡୋଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି।
from OTV Khabar. https://ift.tt/2Kx1Cjv
ପୁଲିସ୍ ଆକ୍ରମଣରୁ ବର୍ତ୍ତିବା ପାଇଁ ମାଓବାଦୀଙ୍କ ନୂଆ ରଣନୀତି Rajalaxmi Sahoo
Reviewed by SUBHENDU BARAL
on
August 11, 2019
Rating:
No comments: