ସାବଧାନ୍ ! ରାଜ୍ୟରେ ବୁଲୁଛି ନକଲି ୧୦୮ ଆମ୍ବୁଲାନ୍ସ; ରୋଗୀଙ୍କ ସମ୍ପର୍କୀୟଙ୍କୁ ଶୋଷଣ କରୁଛନ୍ତି ଦଲାଲ, ଲୁଟି ନେଉଛନ୍ତି ଟଙ୍କା Kanak News

କନକ ବ୍ୟୁରୋ: ମାଲକାନଗିରି ବଜାରରେ ବୁଲୁଛି ନକଲି ୧୦୮ ଆମ୍ବୁଲାନ୍ସ । ଅବିକଳ ୧୦୮ ପରି ଦେଖା ଯାଉ ଥିବା ଏହି ଆମ୍ବୁଲାନ୍ସ ଆପଣଙ୍କ ପକେଟରୁ ଲୁଟି ନେଇ ପାରେ ମୋଟ ଅଙ୍କର ଟଙ୍କା । ମାଲକାନଗିରି ଜିଲ୍ଲାରେ ଏପରି ନକଲି ୧୦୮ ଆମ୍ବୁଲାନ୍ସର ଜାଲ ବିଛାଇଛନ୍ତି ଦଲାଲ । ମାଲକାନଗିରି ମୁଖ୍ୟ ଡାକ୍ତରଖାନା ଓ ଗୋଷ୍ଠୀ ସ୍ୱାସ୍ୟକେନ୍ଦ୍ର ମାନଙ୍କରେ ଆପଣ ଏପରି ୧୦୮ ଆମ୍ବୁଲାନ୍ସ ବୁଲୁଥିବା ସାମ୍ନାକୁ ଆସିଛି ।

ଯେଉଁଥିରେ ଓଡିଶା ସରକାର ଓ ଜାତୀୟ ସ୍ୱାସ୍ଥ ମିଶନର ଲୋଗୋ ମଧ୍ୟ ଲାଗିଛି । ତେବେ ବିଡମ୍ବନା ସବୁ ଜାଣି ଶୁଣି ବି ଚୁପ ବସିଛି ସ୍ୱାସ୍ଥ୍ୟ ବିଭାଗ ଓ ମେଡିକାଲ କର୍ତ୍ତୃପକ୍ଷ । ୧୦୮କୁ କଲ କଲେ ଗାଡି ନ ମିଳିବା ମାତ୍ରେ ଏହି ଦଲାଲ ମାନେ ଆସି ରୋଗୀଙ୍କ ସମ୍ପର୍କୀୟ ନିକଟରେ ହାଜର ହୋଇ ଯାଉଛନ୍ତି ଆଉ ରୋଗୀ ସ୍ଥାନାନ୍ତର ନାଁ ରେ ମୋଟା ଅଙ୍କର ଟଙ୍କା ଲୁଟି ନେଉଛନ୍ତି ।

ତେବେ ମାଲକାନଗିରିରୁ କୋରାପୁଟ ରେଫର କରା ଯାଇଥିବା ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ୪ ହଜାର ଟଙ୍କା ନେବାରୁ ଏହି ଘଟଣା ସାମନାକୁ ଆସିଛି । ତେବେ କାହିଁକି ୧୦୮ ଲେଖା ଯାଇ ଆଦିବାସୀ ବହୁଳ ଅଂଚଳରେ ଲୋକଙ୍କୁ ଭ୍ରମିତ କରାଯାଉଛି, ତାହା ଏବେ ସବୁ ଠାରୁ ବଡ ପ୍ରଶ୍ନ ହୋଇଛି ।



from Kanak News https://ift.tt/2yWIQLq https://ift.tt/2KugrDd
ସାବଧାନ୍ ! ରାଜ୍ୟରେ ବୁଲୁଛି ନକଲି ୧୦୮ ଆମ୍ବୁଲାନ୍ସ; ରୋଗୀଙ୍କ ସମ୍ପର୍କୀୟଙ୍କୁ ଶୋଷଣ କରୁଛନ୍ତି ଦଲାଲ, ଲୁଟି ନେଉଛନ୍ତି ଟଙ୍କା Kanak News ସାବଧାନ୍ ! ରାଜ୍ୟରେ ବୁଲୁଛି ନକଲି ୧୦୮ ଆମ୍ବୁଲାନ୍ସ; ରୋଗୀଙ୍କ ସମ୍ପର୍କୀୟଙ୍କୁ ଶୋଷଣ କରୁଛନ୍ତି ଦଲାଲ, ଲୁଟି ନେଉଛନ୍ତି ଟଙ୍କା Kanak News Reviewed by SUBHENDU BARAL on August 11, 2019 Rating: 5

No comments:

Powered by Blogger.