ଆଜି ଶ୍ରୀଜିଉଙ୍କ ରାହୁରେଖା ଲାଗି ନୀତି: ୫ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ Rajalaxmi Sahoo

ପୁରୀ: ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରରେ ପାରମ୍ପରିକ ରୀତିନୀତିରେ ଆଜି ଶ୍ରୀଜିଉଙ୍କ ମସ୍ତକରେ ସୁବର୍ଣ୍ଣ ରାହୁରେଖା ଲାଗି ହେବ। ଏଥିପାଇଁ ଅପରାହ୍ଣ ୨ଟାରୁ ସଂଧ୍ୟା ୭ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ।

ସ୍ନାନ ପୂର୍ଣ୍ଣିମା ଦିନ ଅଣସର ପିଣ୍ଡିରେ କଢ଼ା ଯାଇଥିବା ସୁବର୍ଣ୍ଣ ରାହୁରେଖାକୁ ଦଇତାପତି ସେବାୟତମାନେ ଭୋଗମଣ୍ଡପ ଉଠିବା ପରେ ମହାପ୍ରଭୁଙ୍କ ମସ୍ତକରେ ଲଗାଇବେ।

ରୀତିନୀତି ଅନୁସାରେ, ବାହାର ରତ୍ନ ଭଣ୍ଡାର ଖୋଲାଯିବ। ଭଣ୍ଡାର ମେକାପ ରାହୁରେଖା ଆଣି ପତି ମହାପାତ୍ରଙ୍କୁ ପ୍ରଦାନ କରିବେ। ପତି ମହାପାତ୍ର ଏହାର ସଂସ୍କାର କରିବା ପରେ ଦଇତାପତି ସେବକଙ୍କୁ ଦେବେ। ଦଇତାପତି ସେବକମାନେ ଓଷୁଅ ଲଗାଇ ରାହୁରେଖାକୁ ମସ୍ତକରେ ଲାଗି କରାଇବେ। ରାହୁରେଖା ନୀତି ସଂପୂର୍ଣ୍ଣ ଗୁପ୍ତ ନୀତି ହେଉଥିବାରୁ ଦୀର୍ଘ ୫ ଘଣ୍ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।



from OTV Khabar. https://ift.tt/30nZr7g
ଆଜି ଶ୍ରୀଜିଉଙ୍କ ରାହୁରେଖା ଲାଗି ନୀତି: ୫ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ Rajalaxmi Sahoo ଆଜି ଶ୍ରୀଜିଉଙ୍କ ରାହୁରେଖା ଲାଗି ନୀତି: ୫ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ Rajalaxmi Sahoo Reviewed by SUBHENDU BARAL on August 20, 2019 Rating: 5

No comments:

Powered by Blogger.