କଶ୍ମୀର ଅଶାନ୍ତ: ଓମାର ଓ ମୁଫ୍‌ତି ଗୃହବନ୍ଦୀ, ଶ୍ରୀନଗରରେ ୧୪୪ ଧାରା ଲାଗୁ Rajalaxmi Sahoo

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି। କେତେବେଳେ କ’ଣ ହେଉଛି ସେନେଇ କିଛି ବି ସ୍ପଷ୍ଟ ଜଣାପଡୁନାହିଁ। ଗତକାଲି ରାତିରୁ ନ୍ୟାସ୍‌ନାଲ୍‌ କନଫରେନ୍ସ ମୁଖ୍ୟ ଓମାର ଅବଦୁଲ୍ଲା, ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି ଏବଂ ଜମ୍ମୁ ଓ କଶ୍ମୀର ପିପୁଲ୍ସ କନଫରେନ୍ସର ମୁଖ୍ୟ ସାଜ୍ଜଦ ଲୋନ୍‌ଙ୍କୁ ଗୃହବନ୍ଦୀ କରାଯାଇଛି। ଏହି ନେତାଙ୍କ ଘର ଆଗରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।

ଏହାସହ ଗତକାଲି ମଧ୍ୟ ରାତିରୁ ଜମ୍ମୁ ଓ କଶ୍ମୀରରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି। ଶ୍ରୀନଗରରେ ୧୪୪ ଧାରା ଜାରି କରାଯାଇଛି। ଏପରିକି ଆଜି ଜମ୍ମୁ ଓ କଶ୍ମୀରର ସମସ୍ତ ସ୍କୁଲ୍‌ ଓ କଲେଜ ଛୁଟି ଘୋଷଣା ହୋଇଛି। ୧୪୪ ଧାରା ଜାରି ରହିଥିବାରୁ କୌଣସି ସାଧାରଣ ସଭା ଓ ରାଲି ହୋଇପାରିବ ନାହିଁ।

ଅନ୍ୟପକ୍ଷରେ ପୁଲିସ୍‌ସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କ ସହ ଜମ୍ମୁ ଓ କଶ୍ମୀର ରାଜ୍ୟପାଳ ଆଲୋଚନା କରିଛନ୍ତି।

ସେହିପରି ଜମ୍ମୁ ଓ କଶ୍ମୀରର ସମ୍ବେଦନଶୀଳ ଅଞ୍ଚଳକୁ ଅଧିକ କେନ୍ଦ୍ରୀୟ ଫୋର୍ସ ପଠାଯାଇଛି। ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଉପତ୍ୟକା ଛାଡ଼ି ଯିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏପରି ସ୍ଥିତି ହୋଇଛି ଯେ, ଜମ୍ମୁକଶ୍ମୀରବାସୀଙ୍କୁ ନିଯୁକ୍ତି, ଜମି ମାଲିକାନା ଏବଂ ନାଗରିକତ୍ୱ ଆଦି କ୍ଷେତ୍ରରେ ସ୍ୱତନ୍ତ୍ର ଅଧିକାର ଦେଇ ଆସୁଥିବା ୩୫ଏ ଧାରା ଏବଂ ରାଜ୍ୟର ଶାସନକୁ ଅତିରିକ୍ତ କ୍ଷମତା ଦେଥିବା ୩୭୦ ଧାରାକୁ କେନ୍ଦ୍ର ପ୍ରତ୍ୟାହାର ବା ପରିବର୍ତ୍ତନ କରିବା ନେଇ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।



from OTV Khabar. https://ift.tt/2OOSHOy
କଶ୍ମୀର ଅଶାନ୍ତ: ଓମାର ଓ ମୁଫ୍‌ତି ଗୃହବନ୍ଦୀ, ଶ୍ରୀନଗରରେ ୧୪୪ ଧାରା ଲାଗୁ Rajalaxmi Sahoo କଶ୍ମୀର ଅଶାନ୍ତ: ଓମାର ଓ ମୁଫ୍‌ତି ଗୃହବନ୍ଦୀ, ଶ୍ରୀନଗରରେ ୧୪୪ ଧାରା ଲାଗୁ Rajalaxmi Sahoo Reviewed by SUBHENDU BARAL on August 04, 2019 Rating: 5

No comments:

Powered by Blogger.