ମାତିଲା ପୁଲିସ୍, ସାବଧାନ ଲୁଟେରା: ପାରାଦୀପରେ ଏନକାଉଣ୍ଟର, ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଡନ୍ ଆହତ Kanak News
କନକ ବ୍ୟୁରୋ: ପାରାଦୀପରେ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ବିକ୍ରମ ପାଳ ଓରଫ ଡନକୁ ଗୁଳି କରିଛି ପୋଲିସ୍ । ବାଲିତୁଠ କଙ୍କରାଡିହ ନିକଟରେ ଡକାୟତ ଉଦ୍ୟମବେଳେ ବିକ୍ରମକୁ କୁଜଙ୍ଗ ପୋଲିସ ଏନକାଉଣ୍ଟର କରିଛି । ବିକ୍ରମର ଦୁଇ ଗୋଡରେ ଗୁଳି ବାଜି ଥିବାରୁ ତାକୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଛି । ବିକ୍ରମ ନାଁରେ ବିଭିନ୍ନ ଥାନାରେ ୪୦ରୁ ଅଧିକ ଅପରାଧିକ ମାମଲା ରହିଛି ।
ଅନ୍ୟପଟେ, ରାଜଧାନୀରେ ଆକ୍ସନମୋଡରେ କମିଶନରେଟ୍ ପୁଲିସ୍, ସାବଧାନ ଲୁଟେରା । ଦୁଇ ଦିନରେ ୫-୫ଟି ଏନକାଉଣ୍ଟର କରିଛି ପୁଲିସ୍ । ଗତକାଲି ରାତିରେ ଖଣ୍ଡଗିରି ଭରତପୁର ଅଂଚଳରେ ଏନକାଉଣ୍ଟର କରିଛି ପୁଲିସ୍ । ଭରତପୁରରେ ଅପରାଧୀ ରବି ରାଓ ଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଖଣ୍ଡଗିରି ପୁଲିସ୍ । ପୁଲିସକୁ ଦେଖି ଅପରାଧୀ ଫେରାର୍ ମାରିବାକୁ ଉଦ୍ୟମ କରିବା ସହ ୩ରୁ ୪ ରାଉଣ୍ଡ ପୁଲିସ ଉପରେ ଗୁଳି ଚଳାଇଥିଲା । ଆଉ ପାଲଟା ଫାଏରିଂରେ ରବି ରାଓର ଗୋଡ଼ରେ ଗୁଳି ବାଜିଛି ।
ତାକୁ ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡ଼ିକାଲକୁ ସ୍ଥାନାସ୍ତର କରାଯାଇଛି । ରବି ରାଓ ନାଁରେ ପୂର୍ବରୁ ଏକାଧିକ ମାମଲା ଥିବା ବେଳେ ଗତ ୩୦ ତାରିଖରେ ଖଣ୍ଡଗିରି ଏବଂ ମଂଚେଶ୍ୱର ଥାନାରେ ମଧ୍ୟ ଦୁଇଟି ଅଭିଯୋଗ ହୋଇଥିଲା । ରବି ରାଓ ନିକଟରୁ ପୁଲିସ୍ ମାଉଜର, ଛୁରି, ବନ୍ଧୁକ, ବୋମା ଏବଂ ୫ଟି ମୋବାଇଲ ଫୋନ୍ ଜବତ କରିଛି ପୁଲିସ୍ । ୨୪ଘଂଟା ଭିତରେ ତିନି-ତିନିଟି ଏନକାଉଂଟର କରିଛି କମିଶନରେଟ୍ ପୁଲିସ୍ । ଏହା ପୂର୍ବରୁ ଶନିବାର ମଧ୍ୟ ୨ଟି ଏନକାଉଂଟର କରାଯାଇଥିଲା ।
from Kanak News https://ift.tt/2GJged2 https://ift.tt/2OOSeMi
No comments: