ମୁମ୍ବାଇ : ଆଜି ମୁମ୍ବାଇରେ ବସୁଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ନୀତି ଆୟୋଗ ବୈଠକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଙ୍କ ବଦଳରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଉଛନ୍ତି । ନୀତି ଆୟୋଗର ପୂନର୍ଗଠନ ପରେ ଏହା ହେଉଛି ଦ୍ୱିତୀୟ ଉଚ୍ଚକ୍ଷମତା ସମ୍ପନ୍ନ ବୈଠକ। ଏଥିରେ ୧୦ ଜଣ ସଦସ୍ୟ ବିଶିଷ୍ଟଏହି ନୀତି ଆୟୋଗ କମିଟିରେ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସଦସ୍ୟ ଅଛନ୍ତି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାବିସ୍ଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କୃଷି କ୍ଷେତ୍ରରେ ସାମଗ୍ରିକ ସଂସ୍କାର ଆଣିବା ସହ ଚାଷୀଙ୍କ ଆୟରେ ବୃଦ୍ଧି ପାଇଁ ୭ଟି ଏଜେଣ୍ଡା ଉପରେ ଆଲୋଚନା ହେବ। ବିଶେଷ କରି କୃଷି ଉତ୍ପାଦନ ବୃଦ୍ଧି, ପଶୁ ସମ୍ପଦର ବିକାଶ ଏବଂ ବିପଣନ ପାଇଁ ଏପି.ଏଲ୍.ଏମ୍ ଆଇନ ୨୦୧୭ର କାର୍ଯ୍ୟକାରିତା ନେଇ ଆଲୋଚନା କରାଯିବ। ମୁମ୍ବାଇ ମାଲାବାର ହିଲ ସ୍ଥିତ ଶୟିୟଦ୍ରୀ ଗେଷ୍ଟହାଉସରେ ଏହି ବୈଠକ ଅନୁଷ୍ଠିତ ହେବ।
from OTV Khabar. https://ift.tt/31EBqZR
ଆଜି ମୁମ୍ବାଇରେ ବସିବ ନୀତି ଆୟୋଗ ବୈଠକ Pradesh Pratyush
Reviewed by SUBHENDU BARAL
on
August 15, 2019
Rating:
No comments: