କଟକ : ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳିରେ ୬ଲକ୍ଷ ୭୪ହଜାର ୬୨୪କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି। ସେହିପରି ନରାଜରେ ୨ଲକ୍ଷ ୮୩ହଜାର ୧୯୬ କ୍ୟୁସେକ ଜଳ ପ୍ରବାହିତ ହେଉଛି।
ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟା ଜଳ ମୁଣ୍ଡଳିରେ ପହଞ୍ଚିବା ପରେ କଟକକୁ ଘେରି ରହିଥିବା ଦୁଇ ନଦୀ କାଠଯୋଡି ଏବଂ ମହାନଦୀର ଜଳସ୍ତର ଆହୁରି ବଢିବ । ତେଣୁ ନଦୀକୂଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ। ଜିଲ୍ଲା ପ୍ରଶାସନ ନଦୀ ଜଳସ୍ତର ଉପରେ ନଜର ରଖିଛି।
ଅପରପଟେ ସିଏମସି କମିଶନର କହିଛନ୍ତି ନଦୀକୂଳରୁ ହଟାଯାଇଥିବା ଲୋକଙ୍କୁ ଏବେଠାରୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ତେବେ କଟକରେ ଏହି ବନ୍ୟାଜଳ ବିଶେଷ କିଛି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ପ୍ରଶାସନ ଆକଳନ କରିଛି। ସିଏମସି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ଥିବା କମିଶନର କହିଛନ୍ତି।
from OTV Khabar. https://ift.tt/2Z6Uezd
ମହାନଦୀରେ ଆସୁଛି ହୀରାକୁଦ ଛାଡ଼ିଥିବା ବନ୍ୟାଜଳ Pradesh Pratyush
Reviewed by SUBHENDU BARAL
on
August 15, 2019
Rating:
No comments: