୧୨ ବର୍ଷର ବାଳକ ତିଆରି କଲେ ରୋବର୍ଟ Pradesh Pratyush

ହାଇଦ୍ରାବାଦ : ସମୟ ସମୟରେ ଅନେକ ବିସ୍ମୟ ବାଳକଙ୍କ ଅବିସ୍ମରଣୀୟ କଥା ଆପଣ ନିଶ୍ଚୟ ଶୁଣିଥିବେ । ସେମାନଙ୍କ ବୟସ ତୁଳନାରେ ଏମିତି କାମ ସେ କରିଥାଆନ୍ତି , ଯାହାକି ବହୁତ ଆଶ୍ଟର୍ଯ୍ୟକର ମନେହୁଏ। ଏମିତି ଜଣେ ବିସ୍ମୟ ବାଳକଙ୍କ ବିଷୟରେ ଆପଣଙ୍କୁ ଜଣାଉଛୁ, ଯାହା ଆପଣଙ୍କୁ ଉତ୍ସାହିତ କରିବ ଏବଂ ପ୍ରେରଣା ବି ଦେବ।

କଥାରେ କୁହନ୍ତି, ବୟସ ତୁଳନାରେ ବୁଦ୍ଧି ବହୁତ । ରୋବର୍ଟ ସହ ଖେଳୁଥିବା ଏବଂ ତାକୁ ନିୟନ୍ତ୍ରଣ କରୁଥିବା ଏହି ବାଳକ ଅସାଧାରଣ ପ୍ରତିଭାର ଅଧିକାରୀ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଏହା ଯେ, ଏହି ରୋବର୍ଟକୁ ନିଜେ ବିକଶିତ କରିଛନ୍ତି ଏହି ୧୨ ବର୍ଷର ବିସ୍ମୟ ବାଳକ।  ନାଁ ତାଙ୍କର ମହମ୍ମଦ ହସନ ଅଲ୍ଲୀ, ଘର ତେଲଙ୍ଗାନାର ହାଇଦ୍ରାବାଦ।

ହସନ ଅଲ୍ଲୀ ଅଷ୍ଟମ ଶ୍ରେଣୀର ଛାତ୍ର । କିନ୍ତୁ ସିଭିଲ, ମେକାନିକାଲ ଏବଂ ଇଲେ୍ରୋନିକ୍ସ ଇଞ୍ଜିଂନିୟରିଂ ଛାତ୍ରଛାତ୍ରୀ ତାଙ୍କ ପାଖରେ ଟିଉସନ ହୁଅନ୍ତି। ବଡ଼ କଥା ହେଲା ସେ ନିଜ ବୟସ ଠାରୁ ଢେର ଅଧିକ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ପ୍ରସ୍ତୁତ କରିଛନ୍ତି ଏକ ରୋବର୍ଟ ।

ଉନ୍ନତ ଜ୍ଞାନ କୌଶଳରେ ହସନ ଅଲ୍ଲୀ ଏହି ରୋବର୍ଟକୁ ବିକଶିତ କରିଛନ୍ତି। ତାଙ୍କର ଲକ୍ଷ୍ୟ ଏହି ରୋବର୍ଟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ, ପରିବାର ସଦସ୍ୟଙ୍କୁ ଘରୋଇ କାମରେ ସହଯୋଗ କରିବେ। ସବୁଠୁ ବଡ଼ ଲକ୍ଷ୍ୟ ନିଜ ଦେଶ ପାଇଁ କିଛି ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନିଜର ଯୋଗଦାନ କରିବେ।  ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର ୧୫ ଦିନରେ ହିଁ ସେ ଏହି ଅତ୍ୟାଧୁନିକ ରୋବର୍ଟଟିକୁ ବିକଶିତ କରିଛନ୍ତି। ଏହି ରୋବର୍ଟ ସ୍ୱୟଂ ଚାଳିତ ଏବଂ ଭଏସ କମାଣ୍ଡକୁ ଫଲୋ କରିବାର ବୈଶିଷ୍ଟ୍ୟ ରଖେ।

କେବଳ ରୋବଟିକ୍ ଟେକ୍ନୋଲଜି ନୁହେଁ ଡିଜାଇନିଂ, ଡ୍ରାଫ୍ଚିଂ ଭଳି ଶହେରୁ ଅଧିକ ପ୍ରୋଜେକୁ ସେ ସଫଳ ରୂପ ଦେଇଛନ୍ତି। ଆଉ ଏବେ ସର୍ଭିଂ ରୋବର୍ଟ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ବିସ୍ମୟ ବାଳକ। ହୋଟେଲ ଏବଂ ରେସ୍ତୋରାଁରେ ଏହି ରୋବର୍ଟକୁ ବ୍ୟବହାର କରାଯାଇପାରିବ ବୋଲି କୁହନ୍ତି ଅଲ୍ଲୀ।



from OTV Khabar. https://ift.tt/33IBQAg
୧୨ ବର୍ଷର ବାଳକ ତିଆରି କଲେ ରୋବର୍ଟ Pradesh Pratyush ୧୨ ବର୍ଷର ବାଳକ ତିଆରି କଲେ ରୋବର୍ଟ Pradesh Pratyush Reviewed by SUBHENDU BARAL on August 17, 2019 Rating: 5

No comments:

Powered by Blogger.