ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ Pradesh Pratyush

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକରଣ କରିବାକୁ ଉଦ୍ୟମ କରିଛନ୍ତି। କେନ୍ଦ୍ରରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଯେଭଳି ବାଧ୍ୟତାମୂଳକ ଚାକିରିରୁ ବିଦା କରାଯାଉଛି, ଠିକ୍ ସେହିଭଳି ୧୫ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ଚାକିରିରୁ ବରଖାସ୍ତ କରିଛନ୍ତି। ଏହା ସହିତ ଅନ୍ୟ ୨ଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ମଧ୍ୟ ବନ୍ଦ କରାଯାଇଛି। ଏହି ୧୭ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଅଭିଯୋଗ ଅଣାଯାଇଥିଲା, ଯାହା ପରେ ପ୍ରମାଣିତ ମଧ୍ୟ ହୋଇଛି।

ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ବୌଦ୍ଧ ଜିଲ୍ଲାର ପୂର୍ବତନ ଆଇଏମଭି ଦେବୀପ୍ରସାଦ ପାଢ଼ୀ, ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସଚିବ ଦେବଦତ୍ତ ଦାଶ, ଉମରକୋଟ ପୌର ପରିଷଦର ଅକଟ୍ରାଇ ଟ୍ୟାକ୍ସ ସର୍କାର କାଳିପ୍ରସାଦ ସିଂ, ଧାମନଗର ତହସିଲର ଜୁନିୟର କ୍ଲର୍କ ବଟକୃଷ୍ଣ ବାରିକ, ଥିୂଆମୂଳ ରାମପୁର ବ୍ଲକର ପୂର୍ବତନ ଭିଏଲଡବ୍ଲ୍ୟୁ କୃଷ୍ଣମୋହନ ଦାସ, କେସିଙ୍ଗା ବ୍ଲକର ପୂର୍ବତନ ସମ୍ପାଦକ ଅଶୋକ କୁମାର ସାହା, ଜୁନାଗଡ଼ ବ୍ଲକର ପଞ୍ଚାୟତ କାର୍ଯ୍ୟନିର୍ବାହୀ ପଦ୍ମମୁଖ ଶବର, ବୌଦ୍ଧ ଜିଲ୍ଲାର ପଞ୍ଚାୟତ ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ, ଭବାନୀପାଟଣା ଆଇଟିଡିଏର ପୂର୍ବତନ ଜେଇ କରୁଣାକର ପଣ୍ଡା, କୁଳିଅଣା ବ୍ଲକ ପୂର୍ବତନ ଜେଇ ମଙ୍ଗଳ ସିଂ ମୁଣ୍ଡା, କୁଳିଅଣା ବ୍ଲକ ପୂର୍ବତନ ସହକାରୀ ଯନ୍ତ୍ରୀ ବୈଦ୍ୟନାଥ ମାଝୀ, ସାରସକଣା ବ୍ଲକର ପୂର୍ବତନ ଜେଇ ପ୍ରତାପ ଚନ୍ଦ୍ର ରାଉତ, ଥୂଆମୂଳ ରାମପୁର ଆଇଟିଡିଏର ପୂର୍ବତନ ଜେଇ ନିଗମାନନ୍ଦ ପଣ୍ଡା, ବିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କ୍ଲର୍କ ଚିତ୍ତରଞ୍ଜନ ଲାଲଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବରଖାସ୍ତ କରାଯାଇଛି।

ସେହିପରି କଳାହାଣ୍ଡି ଆଇଟିଡିଏର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଅଶ୍ୱିନୀ କୁମାର ଶର୍ମା ଓ କଳାହାଣ୍ଡି ଡିଆରଡିଏର ଅବସରପ୍ରାପ୍ତ ଏପିଡି ଶଶାଙ୍କ ଶେଖର ପଟ୍ଟନାୟକଙ୍କ ପେନସନ ସୁବିଧା ବନ୍ଦ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।



from OTV Khabar. https://ift.tt/2KG8b3d
ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ Pradesh Pratyush ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ Pradesh Pratyush Reviewed by SUBHENDU BARAL on August 17, 2019 Rating: 5

No comments:

Powered by Blogger.