ବିବାହ ସମାରୋହରେ ଫୁଟିଲା ବୋମା ! ଆଫଗାନିସ୍ଥାନର ରାଜଧାନୀ କାବୁଲରେ ଆତ୍ମଘାତୀ ବିସ୍ଫୋରଣ । ୪୦ ମୃତ , ୧୦୦ ଗୁରୁତର । Kanak News

ଆଫଗାନିସ୍ଥାନର ରାଜଧାନୀ କାବୁଲରେ ଆତ୍ମଘାତୀ ବିସ୍ଫୋରଣ । ବିବାହ ସମାରୋହରେ ଫୁଟିଛି ବୋମା । ଏହି ବିସ୍ଫୋରଣରେ ୪୦ ନିରୀହଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଗୁରୁତର ହୋଇଛନ୍ତି । ଶନିବାର କାବୁଲର ଦୁବାଇ ସହରରେ ଏକ ବୋର୍ଡିଙ୍ଗ୍ ହଲରେ ଘଟିଛି ଏହି ଅଘଟଣ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ଦୁବାଇର ଏକ ବୋର୍ଡିଙ୍ଗ୍ ହଲରେ ବିବାହ ରିସେପ୍ସନ୍ ଚାଲିଥିବା ବେଳେ ବିସ୍ଫୋଟକ ଭରା ବ୍ୟାଗ୍ ଧରି ପଶି ଏହି ଭୟାବହ କାଣ୍ଡ ଘଟାଇଥିଲା ।
ତେବେ ଆଫଗାନ୍ ଅଧିକାରୀମାନେ ଅଧିକାରୀକ ଭାବରେ କେତେ ଜଣ ମୃତ୍ୟୁବରଣ କରିଛନ୍ତି ଏନେଇ କିଛି ସଠିକ୍ ତଥ୍ୟ ଦେଇନାହାନ୍ତି । ଅନ୍ୟପକ୍ଷରେ ବରପକ୍ଷରୁ ଜଣେ ଅତିଥି କହୁଛନ୍ତି ଯେ ରିସେପ୍ସନ୍ ରେ ୧୨୦୦ ଜଣ ଲୋକଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା । କାବୁଲରେ ଚଳିତ ମାସରେ ଏହା ହେଉଛି ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ଅଗଷ୍ଟ ୮ ତାରିଖରେ ହୋଇଥିବା ବିସ୍ଫୋରଣରେ ୧୪ ଜଣ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ୧୪୫ ଜଣ ଗୁରୁତର ହୋଇଥିଲେ ।
from Kanak News https://ift.tt/2HdnzSk https://ift.tt/2YTNfOO
ବିବାହ ସମାରୋହରେ ଫୁଟିଲା ବୋମା ! ଆଫଗାନିସ୍ଥାନର ରାଜଧାନୀ କାବୁଲରେ ଆତ୍ମଘାତୀ ବିସ୍ଫୋରଣ । ୪୦ ମୃତ , ୧୦୦ ଗୁରୁତର । Kanak News
Reviewed by SUBHENDU BARAL
on
August 17, 2019
Rating:

No comments: