ଚଳନ୍ତା ଟ୍ରେନରେ ପିଟି ହୋଇ ବ୍ୟକ୍ତିଙ୍କ ମୃତ୍ୟୁ Pradesh Pratyush

ଚୌଦ୍ୱାର : ଚଳନ୍ତା ଟ୍ରେନ୍‌ରେ ପିଟି ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କଟକ ଟାଙ୍ଗୀର କପିଳାସ ରୋଡ୍‌ର ୧୭୩ ନମ୍ବର ଫାଟକ ଆଗରେ ଗତକାଲି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ। ମୃତ ବ୍ୟକ୍ତିଙ୍କ ନାଁ ଗଙ୍ଗୁଆ ତିର୍କି। ତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି।

ଟ୍ରେନ୍‌ ଆସିବା ପାଇଁ ଗେଟ୍ ପଡ଼ିଥିବା ବେଳେ ଝିପି ଝିପି ବର୍ଷାରେ ରେନ୍ କୋଟ୍‌ ପିନ୍ଧି ଗଙ୍ଗୁଆ ମୋବାଇଲ୍‌ରେ ଗପି ଗପି ଗେଟ୍ ପାର ହୋଇ ରେଳ ଧାରଣା ପାଖକୁ ଚାଲି ଯାଇଥିଲେ। ଠିକ୍ ସେତିକି ବେଳେ ଏକ ଯାତ୍ରୀବାହୀ ଟ୍ରେନ୍‌ ଆସିଯାଇଥିଲା ଓ ତାଙ୍କୁ ପିଟି ଦେଇଥିଲା। ଫଳରେ ସେ କିଛି ଦୂରକୁ ଛିଟିକି ଯାଇଥିଲେ ଓ ରେଳଧାରଣା କାର୍ଯ୍ୟ ପାଇଁ ଗଦା ହୋଇଥିବା ଲୁହା ଉପରେ ପଡ଼ିଥିଲେ। ଲୁହାରେ ମାଡ଼ ହୋଇ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।



from OTV Khabar. https://ift.tt/2YGobLb
ଚଳନ୍ତା ଟ୍ରେନରେ ପିଟି ହୋଇ ବ୍ୟକ୍ତିଙ୍କ ମୃତ୍ୟୁ Pradesh Pratyush ଚଳନ୍ତା ଟ୍ରେନରେ ପିଟି ହୋଇ ବ୍ୟକ୍ତିଙ୍କ ମୃତ୍ୟୁ Pradesh Pratyush Reviewed by SUBHENDU BARAL on August 12, 2019 Rating: 5

No comments:

Powered by Blogger.