ଗୋଟିଏ ଦିନର ବର୍ଷାରେ ବଲାଙ୍ଗିର ବେହାଲ୍। ଉବୁଟୁବୁ ସାରା ସହର, ରାସ୍ତାରେ ଛୁଟିଲା ସୁଅ Kanak News

କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର ସହର । ବର୍ଷାରେ ସମ୍ପୂର୍ଣ୍ଣ ବଲାଙ୍ଗିର ସହର ଜଳାର୍ଣ୍ଣବ ହୋଇଛି । ବଲାଙ୍ଗିର ମୁଖ୍ୟ ରାସ୍ତାରେ ବର୍ଷା ପାଣି ସୁଅ ଛୁଟିଛି । ଲଗାତାର ବର୍ଷାରେ ସହରର ତଳିଆ ଅଂଚଳ ସହ ମୁଖ୍ୟ ରାସ୍ତା ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ସହରର ତେଲିଗୋଟ ପଡା, ମାଲପଡା, କଂସାରିପଡା, ରାଜେନ୍ଦ୍ରପଡା, ଇନ୍ଦ୍ରାନଗର, ଶାସ୍ତ୍ରୀ ନଗର, ସାଗରପଡା ଅଂଚଳ ଜଳବନ୍ଦୀ ହୋଇ ରହିଛି । ସହର ଭିତର ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ଏପରିକି ସହରର ସବୁଠାରୁ ଉଚ୍ଚରେ ଥିବା ଘରରେ ପାଣି ପଶିଥିବା ଜଣାପଡିଛି ।

ସେହିପରି ପାଟଣାଗଡରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ରାମପୁର ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି । ତଳିଆ ଅଂଚଳର ଲୋକଙ୍କୁ ପ୍ରଶାସନ ସ୍ଥାନାନ୍ତର କରିଛି । ରାମପୁର ନଦୀରେ ବନ୍ୟା ଜଳ ଆସୁଥିବାରୁ ହରିଶଙ୍କର ପୀଠକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଯୋଗୁମୁଣ୍ଡା ପୋଲ ଉପରେ ୧୦ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ।



from Kanak News https://ift.tt/2YKwnKk https://ift.tt/2MlYVDx
ଗୋଟିଏ ଦିନର ବର୍ଷାରେ ବଲାଙ୍ଗିର ବେହାଲ୍। ଉବୁଟୁବୁ ସାରା ସହର, ରାସ୍ତାରେ ଛୁଟିଲା ସୁଅ Kanak News ଗୋଟିଏ ଦିନର ବର୍ଷାରେ ବଲାଙ୍ଗିର ବେହାଲ୍। ଉବୁଟୁବୁ ସାରା ସହର, ରାସ୍ତାରେ ଛୁଟିଲା ସୁଅ Kanak News Reviewed by SUBHENDU BARAL on August 12, 2019 Rating: 5

No comments:

Powered by Blogger.