ବଲାଙ୍ଗିର ହରିଶଙ୍କରରୁ ଆସିଲା ସାଂଘାତିକ ଚିତ୍ର: ଲଗାଣ ବର୍ଷା ଯୋଗୁଁ ପାହାଡ଼ ଉପରୁ ପ୍ରବଳ ବେଗରେ ମାଡ଼ି ଆସିଲା ପାଣି Kanak News

କନକ ବ୍ୟୁରୋ: ବଲାଙ୍ଗୀରର ପ୍ରମୁଖ ଶୈବପୀଠ ହରିଶଙ୍କରର ପାପନାଶିନୀ ଝରଣା ଗତକାଲି ଲଗାଣ ବର୍ଷାରେ କରାଳ ରୂପ ନେଇଛି। ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ରହିଥିବା ଝରଣା ନିଜର ଉଗ୍ରରୂପ ଦେଖାଇଛି। ଲଗାଣ ବର୍ଷାରେ ଝରଣା ପାଣିରେ ହଠାତ ପାହାଡ଼ ଉପରୁ ମାଟି ଅତଡ଼ା ଖସିଥିଲା। ପ୍ରବଳ ସ୍ରୋତରେ ମାଟି ମିଶା ଗୋଳିଆ ପାଣି ଆସିବା ସହିତ ମାଟି ଅତଡ଼ାମାନ ଖସିଥିଲା। ଶ୍ରାବଣ ମାସ ସୋମବାର ପାଇଁ ପୀଠ ଚଳଚଞ୍ଚଳ ଥିବା ସମୟରେ କାଉଡ଼ିଆମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରବଳ ସ୍ରୋତ ଯୋଗୁଁ ଝରଣା ପାର୍ଶ୍ବରେ ଥିବା ଲୁହା ରେଲିଂ ଓ ମନ୍ଦିରର କିଛି କାନ୍ଥ ଭୁଶୁଡ଼ି ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।
ବଲାଙ୍ଗୀର ହରିଶଙ୍କରରୁ ଆସିଲା ପ୍ରଳୟଙ୍କାରୀ ଚିତ୍ର । ଖସିଲା ଅତଡା, ମାଡି ଆସିଲା ପାଣି । ଅଳ୍ପକେ ବର୍ତ୍ତିଲେ ଶ୍ରଦ୍ଧାଳୁ #Harishankar #Odisha pic.twitter.com/aEyE5Oxl36
— Kanak News (@kanak_news) August 12, 2019
ସୂଚନାଯୋଗ୍ୟ ଯେ, ସକାଳୁ ସକାଳୁ କାଉଡ଼ିଆମାନେ ସୋମବାର ଯୋଗୁଁ ପହଞ୍ଚିଥିଲେ। ଝିପିଝିପି ବର୍ଷାରେ ଲମ୍ବା ଲାଇନ ମନ୍ଦିରକୁ ଯାଇଥିଲା। ହଠାତ ଦିନ ୧୧ଟାରୁ ୧୨ଟା ଭିତରେ ଝରଣାର ବେଗ ବଢ଼ିଥିଲା। ଝରଣାରେ ଗାଧୋଉଥିବା କାଉଡ଼ିଆ ଭକ୍ତମାନେ ଭୟରେ ଝରଣାରୁ ବାହାରକୁ ଚାଲି ଆସିଥିଲେ। ଦେଖୁଦେଖୁ ଝରଣା ପାଣି ଏତେ କ୍ଷିପ୍ର ଗତିରେ ଆସିଥିଲା ଯେ, ଯିଏ ଯେଉଁଠି ଥିଲେ ଦୌଡ଼ି ଜୀବନ ବଂଚାଇବାକୁ ମନ୍ଦିର ପରିସର ବାହାରକୁ ଚାଲି ଆସିଥିଲେ। ଲଗାଣ ବର୍ଷା ଜାରି ରହିଥିବା ଯୋଗୁଁ ଝରଣାର ସ୍ରୋତ ଆହୁରି ଆହୁରି ବଢ଼ି ଚାଲିଥିବା ମନ୍ଦିରର ମ୍ୟାନେଜର ବେଣୁଧର ସାହୁ କହିଛନ୍ତି। ଝରଣାରେ ମାଟି ଅତଡ଼ା ସହ ପାଣି ଆସୁଥିବାରୁ ମନ୍ଦିର ପରିସର ଜଳମଗ୍ନ ହୋଇଯାଇଛି। ଦେବଦେବ ମହାଦେବ ଉଚ୍ଚ ସ୍ଥାନରେ ଥିବା ବେଳେ ମନ୍ଦିରକୁ ପ୍ରବେଶ ପଥ ବନ୍ଦ ହୋଇଯାଇଛି। ଝରଣା ପାଣି ଉଛୁଳି ସାରା ମନ୍ଦିର ପରିସର ଜଳମଗ୍ନ ହୋଇଛି। ସଂଧ୍ୟାରେ ବର୍ଷା ଅଧିକ ହେବାରୁ ମନ୍ଦିରର ସୌନ୍ଦର୍ୟ୍ୟ ପାଇଁ ନିର୍ମାଣ ହୋଇଥିବା
ହନୁମାନଙ୍କ ଏକ ବଡ଼ମୂର୍ତ୍ତି ମଧ୍ୟ ଟଳମଳ ଅବସ୍ଥାରେ ଥିବା ମ୍ୟାନେଜରଙ୍କ ସୂତ୍ରରୁ ସୂଚନା ମିଳିଛି। ମାଟି ଅତଡ଼ା ଝରଣାରେ ଆସୁଥିବାରୁ ଭୂସ୍ଖଳନ ବୋଲି ଲୋକେ କହୁଥିବା ବେଳେ ପ୍ରଶାସନ କିନ୍ତୁ ଏହାକୁ ଅସ୍ୱୀକାର କରିଛି। ଜିଲ୍ଲା ଜରୁରିକାଳୀନ ଅଧିକାରୀଙ୍କୁ ପଚରାଯିବାରୁ ବର୍ଷା ହେଲେ ପର୍ବତରୁ ଗୋଳିଆ ପାଣି ସବୁ ବର୍ଷ ଆସିଥାଏ। ଏଥର ବର୍ଷା ଅଧିକ ହୋଇଛି ଓ ଝରଣାର ସ୍ରୋତ ବଢ଼ିଛି। ପାଣି ଝରଣାରୁ ଉଛୁଳି ପଡ଼ିଛି। ତହସିଲଦାର ଓ ବିଡିଓ ଉଭୟଙ୍କୁ ଯୋଗାଯୋଗ କରାଯାଇଥିଲା ଓ ସେମାନେ ଭୂସ୍ଖଳନ ହୋଇ ନାହିଁ ବୋଲି ରିପୋର୍ଟ ଦେଇଛନ୍ତି ବୋଲି ସେ କହିଥିଲେ।
from Kanak News https://ift.tt/2Mej7XQ https://ift.tt/2KIaH7J

No comments: