ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବଢ଼ିଲା ! Pradesh Pratyush

ଭୁବନେଶ୍ୱର :  ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ବଢ଼ିଲା ଦେଶର ବିଭିନ୍ନ ବିମାନ ବନ୍ଦରର ସୁରକ୍ଷା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିମାନବନ୍ଦରର ମଧ୍ୟ ସୁରକ୍ଷା ବଢ଼ାଯାଇଛି।

ବିଶେଷକରି ପୂର୍ବରୁ ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁ୍ୟର ଏବଂ ସୁରକ୍ଷା ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରାଯାଇଛି। ରନ୍‌ୱେ ଠାରୁ ଆରମ୍ଭ କରି ସିକ୍ୟୁରିଟି ଯାଞ୍ଚ, ଟର୍ମିନାଲ୍ ପରିସର ତଥା ପାର୍କିଂ ଅଞ୍ଚଳକୁ ବେଶି ଗୁରୁତ୍ୱ ଦିଆଯାଇଛି। ନନ୍-ପାର୍କିଂ ଅଞ୍ଚଳରେ ରଖାଯାଉଥିବା ଗାଡ଼ିଗୁଡ଼ିକ ଉପରେ ସନ୍ଦେହ ହେଉଥିବାରୁ ପାର୍କିଂ ପ୍ରତି ଯାତ୍ରୀ ତଥା ଆଗନ୍ତୁକମାନେ ସତର୍କ ରହିବାକୁ ବିମାନବନ୍ଦର  ପକ୍ଷରୁ ସତର୍କ କରାଯାଇଛି।

ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପ୍ରତିବର୍ଷ ସୁରକ୍ଷା କଡ଼ାକଡ଼ି କରାଯାଉ ଥିବାବେଳେ ଏଥର ଧାରା ୩୭୦ ଯୋଗୁ ବେଶ୍ କିଛିଦିନ ପୂର୍ବରୁ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।



from OTV Khabar. https://ift.tt/2ZLprca
ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବଢ଼ିଲା ! Pradesh Pratyush ଭୁବନେଶ୍ୱର ବିମାନବନ୍ଦରର ସୁରକ୍ଷା ବଢ଼ିଲା ! Pradesh Pratyush Reviewed by SUBHENDU BARAL on August 08, 2019 Rating: 5

No comments:

Powered by Blogger.