ଜୀବନ ନେଲା ଚୁମ୍ବନ ! ପୋଲ ଉପରେ ବସି ପ୍ରେମାଳାପ କରୁଥିଲେ ପ୍ରେମୀଯୁଗଳ , ସନ୍ତୁଳନ ହଟିଲା ୫୦ ଫୁଟ୍ ତଳକୁ ପଡି ଦୁହିଁଙ୍କ ଗଲା ଜୀବନ ।   Kanak News

କୁହନ୍ତି ପ୍ରେମଭାବନାର ନଦୀରେ ବୁଡିବା ସମୟରେ ମଣିଷ ନିଜ ହିତାହିତ ଜ୍ଞାନକୁ ମଧ୍ୟ ଭୁଲିଯାଏ ଏବଂ ବାଚାଳପଣରେ ଏଭଳି କିଛି କାମ କରିପକାଏ ଯାହା ଭାବିଲା ବେଳକୁ ନେଡି ଗୋଡ କହୁଣୀକୁ ବୋହି ଯାଇଥାଏ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଦକ୍ଷିଣ ଆମେରିକାର ପେରୁରେ । ପ୍ରେମୀଯୁଗଳଙ୍କ ପାଇଁ କାଳ ସାଜିଗଲା ଚୁମ୍ବନ ।

ଗତ ଶନିବାର ମେବେଥ୍ ଏସପିନୋଜ୍ ଏବଂ ହେକ୍ଟର ବିଦଲ୍ ନାମକ ପ୍ରେମୀଯୁଗଳ କସ୍କୋ ସ୍ଥିତ ଏକ ନାଇଟ୍ କ୍ଲବ୍ ରୁ ବାହାରି ପାଖ ପୋଲ ଉପରେ ବସି ପ୍ରେମାଳାପରେ ଲିପ୍ତ ଥିଲେ । ରାତି ୧ ଟା ସମୟରେ ବାନ୍ଧବୀ ମେବେଥ୍ ପୋଲ ଉପରେ ବସି ପୁରୁଷବନ୍ଧୁ ହେକ୍ଟରଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେଉଥିଲେ । ଏହି ସମୟରେ ମେବେଥ୍ ଙ୍କ ହଠାତ୍ ସନ୍ତୁଳନ ବିଗିଡିଗଲା ଏବଂ ସେ ଏଥିରୁ ବଂଚିବା ପାଇଁ ହେକ୍ଟରଙ୍କୁ ଜାବୁଡି ଧରିଥିଲେ । କିନ୍ତୁ ସେତେବେଳକୁ ଖୁବ୍ ବିଳମ୍ବ ହୋଇଯାଇଥିଲା । ଦୁହେଁ ୫୦ ଫୁଟ୍ ପୋଲ ତଳ ସଡକକୁ ଖସିପଡିଥିଲେ ।

ଘଟଣାସ୍ଥଳରେ ବାନ୍ଧବୀଙ୍କ ମୃତ୍ୟୁ ହୋଇଥିବା ବେଳେ ହେକ୍ଟରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରି ହେକ୍ଟର ମଧ୍ୟ ମୃତ୍ୟୁବରଣ କରିଥିଲେ । ପୋଲ ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଦୁହେଁ ପୋଲ ତଳକୁ ଖସିପଡିବାର ଭିଡିଓ ଦେଖାଯାଉଛି ।



from Kanak News https://ift.tt/2Tfrbbv https://ift.tt/33pq1P5

ଜୀବନ ନେଲା ଚୁମ୍ବନ ! ପୋଲ ଉପରେ ବସି ପ୍ରେମାଳାପ କରୁଥିଲେ ପ୍ରେମୀଯୁଗଳ , ସନ୍ତୁଳନ ହଟିଲା ୫୦ ଫୁଟ୍ ତଳକୁ ପଡି ଦୁହିଁଙ୍କ ଗଲା ଜୀବନ ।   Kanak News ଜୀବନ ନେଲା ଚୁମ୍ବନ ! ପୋଲ ଉପରେ ବସି ପ୍ରେମାଳାପ କରୁଥିଲେ ପ୍ରେମୀଯୁଗଳ , ସନ୍ତୁଳନ ହଟିଲା ୫୦ ଫୁଟ୍ ତଳକୁ ପଡି ଦୁହିଁଙ୍କ ଗଲା ଜୀବନ ।   Kanak News Reviewed by SUBHENDU BARAL on August 08, 2019 Rating: 5

No comments:

Powered by Blogger.