ଜମ୍ମୁ-କଶ୍ମୀର : କଶ୍ମୀରରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ସ୍ଥିତି। ପାଦେ ପାଦେ ସୁରକ୍ଷାକର୍ମୀ ସ୍ଥିତି ଉପରେ ନଜର ରଖିଥିବା ବେଳେ ମୋବାଇଲ ଓ ଇଣ୍ଟରନେଟ୍ ସେବା କିନ୍ତୁ ସଂପୂର୍ଣ୍ଣ ବନ୍ଦ ରହିଛି। କିଛି ସ୍ଥାନରେ ଦୋକାନ ବଜାର ଖୋଲିବା ସହ କାଁ ଭାଁ ଯାନବାହନ ଚଳାଚଳ କରୁଛି।
ପ୍ରାୟ ସପ୍ତାହେ ଧରି ଅଚଳାବସ୍ଥା ରହିବା ପରେ ଆଜି ସ୍କୁଲ ଏବଂ କଲେଜ ଖୋଲିବ। ତେବେ ବର୍ତ୍ତମାନ ବି ୧୪୪ ଧାରା ବଳବତ୍ତର ରହିଛି। ପାସ୍ ଦେଖାଇ ଲୋକେ ହସପିଟାଲ ଓ ଅନ୍ୟ ଜରୁରୀ ସେବା ଲାଗି ଯା’ଆସ କରିପାରୁଛନ୍ତି। ଜମ୍ମୁରେ ସ୍ଥିତି ଟିକେ ସୁଧୁରୁଛି। ଲୋକେ ଘରୁ ବାହାରି କ୍ଷୀର ଓ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିଛନ୍ତି। ଧାରା ୩୭୦ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଜମ୍ମୁବାସୀ। ଏହି ଅଞ୍ଚଳର ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଆହ୍ୱାନ ଦିଆଯାଇଛି।
ସେପଟେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କଶ୍ମୀର ଉପତ୍ୟକାରୁ ପ୍ରାୟ ୭୦ ଆତଙ୍କବାଦୀ ଓ ବିଛିନ୍ନତାବାଦୀଙ୍କୁ ଆଗ୍ରା ସ୍ଥାନାନ୍ତର କରାଯାଇଛି।
from OTV Khabar. https://ift.tt/2yPdV3W
No comments: