ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ରଙ୍ଗୀନ ଆଲୋକମାଳାରେ ଝଲସିଲା ରାଜଧାନୀ OTV KHABAR BUREAU

ଭୁବନେଶ୍ୱର: ୭୩ ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ରଙ୍ଗୀନ ଆଲୋକମାଳାରେ ଝଲସିଲା ରାଜଧାନୀ। ଭୁବନେଶ୍ୱର ଆଜି ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଓ ଅନ୍ୟ ପ୍ରତିଷ୍ଠାନଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜା ଯାଇଛି। ବିଶେଷକରି ବିଧାନସଭା ସୌଧ, ସଚିବାଳୟ, ଜୟଦେବ ଭବନ ଏବଂ କମିଶନରେଟ୍ ପୁଲିସ ଭବନ ଭଳି ସରକାରୀ କୋଠାଗୁଡ଼ିକ ରଙ୍ଗୀନ ଆଲୋକରେ ଝଟକୁଥିବା ଦେଖିବାକୁ ମିଳିଛି।

ସେହିଭଳି ରିଜର୍ଭ ବ୍ୟାଙ୍କ ଓ ଷ୍ଟେଟ୍ ବ୍ୟାଙ୍କ କାର୍ଯ୍ୟାଳୟକୁ ମଧ୍ୟ ରଙ୍ଗୀନ ଆଲୋକରେ ଆକର୍ଷଣୀୟ ରୂପ ଦିଆଯାଇଛି। ଏହିସବୁ ସ୍ଥାନକୁ ନାନା ରଙ୍ଗର ଆଲୋକରେ ସଜା ଯିବା ସହ ଆଲୋକରେ ବିଭିନ୍ନ କାରୁକାର୍ଯ୍ୟ ବି ଦେଖିବାକୁ ମିଳିଛି। ଫଳରେ ସନ୍ଧ୍ୟା ହେବା ମାତ୍ରେ ଏସବୁ କୋଠାକୁ ଦେଖିଲେ ଦେଖଣାହାରୀ ଆଖି ଲାଖି ରହୁଛି।



from OTV Khabar. https://ift.tt/2Z5TQRi
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ରଙ୍ଗୀନ ଆଲୋକମାଳାରେ ଝଲସିଲା ରାଜଧାନୀ OTV KHABAR BUREAU ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ରଙ୍ଗୀନ ଆଲୋକମାଳାରେ ଝଲସିଲା ରାଜଧାନୀ OTV KHABAR BUREAU Reviewed by SUBHENDU BARAL on August 14, 2019 Rating: 5

No comments:

Powered by Blogger.