ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ମୋଦୀ ! କହିଲେ, ରାଜନୀତି ଆସିବ, ଯିବ…ଦେଶ ପାଇଁ ନିଆଯାଇଥିବା ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ Kanak News

କନକ ବ୍ୟୁରୋ : ରାଜନୀତି ଆସିବ, ଯିବ କିନ୍ତୁ ଦେଶର ସ୍ୱାର୍ଥ ନିମିତ୍ତ ନିଆଯାଇଥିବା ପଦକ୍ଷେପ ସବୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ୭୩ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀର ଉପରେ ଜାତୀୟ ପତାକା ଉତ୍ତୋଳନ କରି କହିଛନ୍ତି। ରକ୍ଷାବନ୍ଧନ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶର ବନ୍ୟାପ୍ଳାବିତ ଅଞ୍ଚଳର ଲୋକମାନଙ୍କ ପାଇଁ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଲେ ଯେ ଆଜି ଆମେ ସ୍ୱାଧୀନତା ଦିବସ ପାଳୁଥିବା ବେଳେ ଦେଶର କେତେକ ଅଞ୍ଚଳରେ ବନ୍ୟା ଯୋଗୁଁ ଆମର ଅଧିକାଂଶ ନାଗରିକ ଦୁର୍ଦ୍ଦଶା ଭୋଗୁଛନ୍ତି। ଆମେ ବନ୍ୟା ଦୁର୍ଗତଙ୍କ ଦୁଃଖରେ ଠିଆ ହୋଇଛୁ।
୭୩ତମ ସ୍ୱାଧୀନତା ଦିବସ ଅବସର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଦ୍ୱିତୀୟ ପାଳିରେ କ୍ଷମତାକୁ ଆସିବାର ୧୦ ସପ୍ତାହ ମଧ୍ୟରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରି କହିଲେ କି, ସ୍ୱଳ୍ପ ସମୟ ଅବଧି ମଧ୍ୟରେ ଦେଶର ମଙ୍ଗଳ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଧାରା ୩୭୦ ଏବଂ ୩୫-କ ଉଚ୍ଛେଦ ହେଉଛି ସର୍ଦାର ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଅଗ୍ରସର ହେବା। ଧାରା ୩୭୦ ସମସ୍ୟାକୁ ଆମେ ତା’ ବାଟରେ ଛାଡ଼ି ଦେଇ ନାହୁଁ କି, ସମସ୍ୟାର ସମାଧାନ ପାଇଁ ବିଳମ୍ବ କରି ନାହୁଁ।
ଗତ ୭୦ ବର୍ଷରେ ଉଚ୍ଛେଦ କରାଯାଇ ପାରି ନ ଥିବା ଧାରା ୩୭୦କୁ ଆମ ସରକାର ଉଚ୍ଛେଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ଗୋଟିଏ ଦେଶ, ଗୋଟିଏ ସମ୍ବିଧାନ। ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ପୁରୁଣା ବ୍ୟବସ୍ଥା ଦୁର୍ନୀତି ଓ ପରିବାରବାଦକୁ ଉତ୍ସାହିତ କରୁଥିଲା। ମହିଳା, ଶିଶୁ, ଦଳିତ ଏବଂ ଜନଜାତି ସଂପ୍ରଦାୟଙ୍କ ଅଧିକାର ପ୍ରତି ଅନ୍ୟାୟ ହେଉଥିଲା। ଆମେ କେମିତି ଏଭଳି ପରିସ୍ଥିତିକୁ ଗ୍ରହଣ କରି ଥାଆନ୍ତେ। ଯଦି ଧାରା ୩୭୦ ଏଡ଼େ ଗୁରୁତ୍ୱପୂର୍ଣ୍ଣ ତେବେ ତାହାକୁ ସ୍ଥାୟୀ କରାଯାଇ ନ ଥିଲା କାହିଁକି।
ତିନ୍ ତଲାକ୍କୁ ଅପରାଧ ଘୋଷଣା କରାଯିବା କଥା ମଧ୍ୟ ସେ କହିଥିଲେ। ତିନ୍ ତଲାକ ଭୟ ଆମ ଦେଶର ମୁସଲମାନ ମହିଳାଙ୍କୁ ସବୁବେଳେ ଅନୁଧାବନ କରୁଥିଲା। ସ୍ମରଣ କରନ୍ତୁ ତିନ୍ ତଲାକ୍ ଯୋଗୁଁ ଦୁଃଖ ଭୋଗୁଥିବା ମୁସଲମାନ ମହିଳାମାନେ କେତେ ପବିତ୍ର, କିନ୍ତୁ ଆମେ ଏହି ପ୍ରଥାର ଅବସାନ ଘଟାଇଲୁ। ଯଦି ସତୀ ଏବଂ ଯୌତୁକ ପ୍ରଥା ନିଷିଦ୍ଧ ହୋଇ ପାରିଲା ତିନ୍ ତଲାକ୍ କାହିଁକି ନ ହେବ। ସେଥିପାଇଁ ଆମେ ଏହାକୁ ଅପରାଧିକ ଘୋଷଣା କଲୁ।
୨୦୧୯-୨୦୨୪ ସମୟ ଅବଧି ହେଉଛି ଦେଶର ଆକାଂକ୍ଷା ପୂରଣ କରିବାର ସମୟ। ଗତ ପାଞ୍ଚ ବର୍ଷ ମଧ୍ୟରେ ଆମେ ଚଳିବାରେ ଉନ୍ନତି କରାଇବାରେ ଉଦ୍ୟମ କରିଥିଲେ। ଆଗାମୀ ପାଞ୍ଚ ବର୍ଷ ଆମକୁ କଠୋର ପରିଶ୍ରମ କରିବାକୁ ପଡ଼ିବ। ଜଳ ସଂରକ୍ଷଣ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ କହିଲେ କି, ଜଳ ସଂରକ୍ଷଣ କଥା ଦେଶ ସମ୍ପୂର୍ଣ୍ଣ ଭାବେ ବୁଝିଛି ଏବଂ ସେଥିପାଇଁ ‘ଜଳଶକ୍ତି’ ନାମରେ ମନ୍ତ୍ରାଳୟ ଖୋଲାଯାଇଛି। ଆହୁରି ଲୋକାଭିମୁଖୀ ସ୍ୱାସ୍ଥ୍ୟ ସେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଷଷ୍ଠ ଥର ଲାଲ୍ କିଲ୍ଲାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୋଦୀ। ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ।


from Kanak News https://ift.tt/30430PP https://ift.tt/2Z4NLZF
ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ମୋଦୀ ! କହିଲେ, ରାଜନୀତି ଆସିବ, ଯିବ…ଦେଶ ପାଇଁ ନିଆଯାଇଥିବା ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ Kanak News ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ମୋଦୀ ! କହିଲେ, ରାଜନୀତି ଆସିବ, ଯିବ…ଦେଶ ପାଇଁ ନିଆଯାଇଥିବା ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ Kanak News Reviewed by SUBHENDU BARAL on August 14, 2019 Rating: 5

No comments:

Powered by Blogger.